-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
18-Mar-2022
ବ୍ରହ୍ମପୁର (ଉମା ମହାରଣା) : ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ବ୍ରହ୍ମପୁରସ୍ଥିତ ସିଟି ହାଇସ୍କୁଲର ସଭାଗୃହରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ଭବିଷ୍ୟତ ଜୀବନର ମାର୍ଗ ପ୍ରଦର୍ଶନ ପାଇଁ କ୍ୟାରିୟର କାଉନସିଲଂ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା ।କ୍ଳବର ସଭାପତି କାମରାଜୁ ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପନ୍ନଗ ଭୂଷଣ ମାଝୀଙ୍କ ପ୍ରତ୍ୟକ୍ଷ
ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ,ଟେକ୍ନୋ ଆଇଟିଆଇର ପ୍ରିନସିପାଲ ଇଂ ରଜନୀ କାନ୍ତ ପାତ୍ର,ମୃର୍ତ୍ତିକା ସଂରକ୍ଷଣ ବିଭାଗର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ସାହୁ ଓ ବ୍ରହ୍ମପୁର ସହର ର ବିଶିଷ୍ଟ ଔଷଧ ବ୍ୟବସାୟୀ ପ୍ରଦୀପ କୁମାର ପଣ୍ଡା ନିଜ ନିଜର ଅନୁଭୂତିର ବାର୍ତ୍ତା ଦେଇ ବିଦ୍ୟାର୍ଥୀ ନିଜର ଭବିଷ୍ୟତ କର୍ମପନ୍ଥା ପାଇଁ ଏବେଠାରୁ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।ବିଦ୍ୟାର୍ଥୀ ଓ ବକ୍ତା ମାନଙ୍କ ମଧ୍ୟରେ ପାରସ୍ପରିକ ପ୍ରଶ୍ନୋତ୍ତର ବିନିମୟ ହୋଇଥିଲା ।ଏଇ କାର୍ଯ୍ୟକ୍ରମରେ କ୍ଳବର ସଂପାଦକ ଜୟନ୍ତ କିଶୋର ପାତ୍ର ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମହାରଣା, ରଶ୍ମିତା ରାଣୀ ସାହୁ, ଶିକ୍ଷକ ସୀମାଞ୍ଚଳ ତ୍ରିପାଠୀ, ପି.ଶ୍ରୀନୁ ପ୍ରମୁଖ ପରିଚାଳନା କରିଥିଲେ ।