-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
03-Sep-2026
ବରପାଲି,(ସୁଦାମ ଦୀପ)ବରଗଡ ଜିଲ୍ଲା ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ଆଜି ଗୁରୁବାର ଆନୁଷ୍ଠାନିକ ଭାବରେ ଉଦଘାତୀତ ହୋଇଯାଇଛି l ପ୍ରଥମ ଦିନରେ ସମାଜ ପକ୍ଷରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ଗହୀରବନ୍ଦ ଥାଶରୁ ପାଣି କଳସ ଧରି ନଗର ପରିକ୍ରମା କରି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଭଗବାନ କୃଷ୍ଣଙ୍କୁ ପୂଜାଛନା କରବା ସହିତ ସନ୍ଧ୍ୟାରେ ପ୍ରଥମେ ଏକ ଉଦଘାଟନୀ ଉତ୍ସବ ସଭା ରେ ମନ ଫୁଲ ଭୋଏ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରପାଳି ବ୍ଲକ ଅଧକ୍ଷା ରିନା ଥଇତ, ସମ୍ମାନିତ ଅତିଥି ବରପାଳି କୃଷି ଅଧିକାରୀ ଦିଲୀପ କୁମାର ମାଝୀ, ଖାଡିଆ ବଗର୍ତି,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଜଗଦୀଶ ଭୋଏ ଯୋଗ ଦେଇ ଭଗବାନ ଶ୍ରୀକୃଷ୍ଣ ଙ୍କା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଭାକୁ ଯାତ୍ରା ପରିଚାଲାକ ମୁଖ୍ୟ ରସାନନ୍ଦ ଥପା ସଭା ସଂଚାଳନ କରିଥିଲେ। ଜନ୍ମାଷ୍ଟମୀ ପୂଜା କର୍ତା ଭାବରେ ଧୀରେନ୍ଦ୍ର ଭୋଇ ଧର୍ମ ପତ୍ନୀ ସଂଯୁକ୍ତା ଭୋଇ, କୁଞ୍ଜବିହାରି ରାଉତ ଧର୍ମପତ୍ନୀ ରୁକ୍ମଣୀ ଭୋଇ କାର୍ଯ୍ୟ ତୁଳାଉଥୁବା ବେଳେ ପୁରୋହିତ ଭାବେ ହେମନ୍ତ ମିଶ୍ର, କିଶୋର ମିଶ୍ର, ସୁରେଶ ମହାପାତ୍ର ପୂଜା କାର୍ଯ୍ୟ ତୁଳାଇଥିଲେ।
ଏହି କାର୍ଯ୍ୟକ୍ରମ କୁ ଅକ୍ଷୟ ଭୋଇ, ପୁରନ୍ଦର ଠେଲା, ଗୋବିନ୍ଦ ଜୁଆଡି, ଗଣେଶ୍ୱର ଭୋଇ, ଲଷ୍ମୀ ଥପା,ପ୍ରତାପ ନାଗ, ରବୀନ୍ଦ୍ର ବଗର୍ତି, ରସିକ ଥପା,ଗମ୍ଭୀର ବେମାଲ, ଭାଗବତ କାଣ୍ଡ, ସୁଦାମ ପୋର୍ଡ, ବିପିନ ରାଉତ, ପୀତବାସ ବେହେରା, କୁନୁ ଜାଲ, ପ୍ରଫୁଲ୍ଲ ଭୋଇ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରେ ପରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।