-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
03-Sep-2026
ବଲାଙ୍ଗିର(ପ୍ରେରଣା ଖବର): ନୂତନ ଶିକ୍ଷାବର୍ଷର ଶୁଭାରମ୍ଭ ଅବସରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିର ପରିସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ପ୍ରବେଶ ଉତ୍ସବ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ଏହି ପ୍ରବେଶ ଉତ୍ସବ ଆୟୋଜିତ ହୋଇଅଛି। ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ଇତିହାସ, ଛାତ୍ରବୃତ୍ତି ତଥା ଆଭାସୀ ଶିକ୍ଷା ଭଳି ବିଭିନ୍ନ ସରକାରୀ ସୁବିଧା ସମ୍ଵନ୍ଧରେ କହିବା ସହିତ ନିୟମିତ ପାଠ ପଢିବାକୁ ଉତ୍ସାହିତ କରିଥିଲେ | ଛାତ୍ରଛାତ୍ରୀଙ୍କୁ ଶିକ୍ଷା ହିଁ ଜୀବନର ସର୍ବଶ୍ରେଷ୍ଠ ସମ୍ପଦ ବୋଲି ଉଲ୍ଲେଖ କରିବା ସହ ନିଷ୍ଠା, ଶୃଙ୍ଖଳା, ନୈତିକତା ଓ ଆତ୍ମବିଶ୍ୱାସକୁ ଜୀବନର ସଫଳତାର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ କହିଥିଲେ ଯେ, ବିଦ୍ୟାଳୟ କେବଳ ପାଠପଢ଼ାର ସ୍ଥାନ ନୁହେଁ; ଏହା ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ପ୍ରତିଭାର ବିକାଶ ଓ ଭବିଷ୍ୟତ ଗଢ଼ିବାର ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ। ତେଣୁ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବା ସହିତ ଅଧ୍ୟୟନ, କ୍ରୀଡ଼ା, ସାଂସ୍କୃତିକ ଓ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ମଧ୍ୟ ସକ୍ରିୟ ଭାବେ ଯୋଗଦେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହାଛଡ଼ା ମହାବିଦ୍ୟାଳୟର ନିୟମ-ଶୃଙ୍ଖଳା ପାଳନ କରି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିବା ପାଇଁ ସଙ୍କଳ୍ପବଦ୍ଧ ହେବାକୁ ପ୍ରେରଣା ଦେଇଛନ୍ତି। ପ୍ରବେଶ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ସହକାରୀ ପ୍ରଫେସର ଶ୍ରୀକାନ୍ତ କୁମାର ବାରିକ, ସହକାରୀ ପ୍ରଫେସର ବନ୍ଦନା ବାର, ସହକାରୀ ପ୍ରଫେସର କୁଶ କହଁର, ଅଧ୍ୟାପକ ପ୍ରେମାନନ୍ଦ ରଣା, ଅଧ୍ୟାପକ ବାସୁଦେବ କର୍ମୀ, ଅଧ୍ୟାପକ ତେଜରାଜ ହରପାଲ, ଅଧ୍ୟାପକ ବିଶ୍ୱଭୂଷଣ ବିଶ୍ୱାଳ, ଅଧ୍ୟାପକ ପ୍ରେମାନନ୍ଦ ମହାନନ୍ଦ, ଅଧ୍ୟାପକ ନୀଳକଣ୍ଠ ନାଗ ପ୍ରଭୃତି ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।ଉତ୍ସବର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତଙ୍କ ସହଯୋଗରେ ପ୍ରବେଶ ଉତ୍ସବ ଏକ ସ୍ମରଣୀୟ ଓ ଅନୁପ୍ରେରଣାଦାୟକ ଅନୁଭୂତିରେ ପରିଣତ ହୋଇଥିଲା।