-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
02-Sep-2026
ଡୁଙ୍ଗୁରିପାଲି, ତା ୦୨/୯(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜନ୍ମ ଜୟନ୍ତୀ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀର ସହର ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲର ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ଯୋଗଦାନ କରି ଗଙ୍ଗାଧର ଲିଖିତ କାବ୍ୟ କବିତା ସମ୍ଭାର ହୃଦୟକୁ ଛୁଇଁ ଥାଏ ଓ ମାନବୀୟ ବୋଲି ମତ ପ୍ରକାଶ କରିଥିଲେ। ସତଲମା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଲୋକବନ୍ଧୁ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗଙ୍ଗାଧର ମେହେରଙ୍କ କାଳଜୟୀ କୃତୀ ଉପରେ ଆଲୋକପାତ କରିଥିଲେ । ପରିଚାଳନା କମିଟିର ସଭାପତି ଶଙ୍କର ସାହୁ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିବାବେଳେ ସଦସ୍ୟ ଭକ୍ତ ଭୋଇ, ସମ୍ପଦ ଖମାରୀ ତଥା ଶିକ୍ଷକ ରମାବଲ୍ଲଭ ବାରିକ, ନନ୍ଦିଘୋଷ ବାରିକ, ନୋଡାଲ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରୀତା ମେହେର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହିଥିଲେ।
ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରୀମୟୀ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସ୍କାଉଟ ମାଷ୍ଟର୍ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରୀ ରୋଜି, ମନୀଷା, ନିବେଦିତା,ଡଲି, ଦିବ୍ୟା,ତିଳୋତ୍ତମା , ପ୍ରଜ୍ୱଳିତ। , ସୀମା, ରୋଶନୀ, ଝରଣା, ଜସ୍ମିନ୍ ଓ ସାଥୀ ନୃତ୍ୟ ପରିବେଷଣ କରିଥିଲେ। ବିଦ୍ୟାଳୟର ସ୍କାଉଟ ଓ ଜୁନିଅର, ଛାତ୍ର ଛାତ୍ରୀ, ଶିକ୍ଷକ କିରଣ ପୁଟେଲ୍ ,ଲିପି ପ୍ରଧାନ, କର୍ମଚାରୀ ବିଭୀଷଣ ଖମାରୀ, ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠ।ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।