-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବଲାଙ୍ଗିର ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରରେ ଗତ ତା.୦୯.୦୩.୨୦୨୨ ଠାରୁ ତା.୧୭.୦୩.୨୦୨୨ ପର୍ଯ୍ୟନ୍ତ ଚାଲିଥିବା ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଉଦ୍ଯାପିତ ହୋଇଯାଇଛି । କ୍ରୀଡା ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ନନ୍ଦ ଏବଂ କସ୍ତୁରୀ ରଥଙ୍କ ଦ୍ୱାରା ଶିବିରରେ ତାଲିମ ଦିଆଯାଉଥିଲା । ଉଦ୍ଯାପନୀ ସଭାରେ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ବିଇଓ ରାଘବ ପାଣିଗ୍ରାହୀ ଏବଂ କ୍ରୀଡା ଶିକ୍ଷା ନିରିକ୍ଷକ ଜ୍ୟୋତି ପ୍ରସାଦ ପରିଡା ଉପସ୍ଥିତ ରହି ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ କୌଶଳ ଅନୁଧ୍ୟାନ କରିବା ପୂର୍ବକ ଆତ୍ମରକ୍ଷା ତାଲିମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ସ୍ୱାଗତ ଭାଷଣ ତଥା ଆଠ ଦିନ ଧରି ଚାଲିଥିବା ତାଲିମ ଶିବିର ଉପରେ ସମୀକ୍ଷା କରିଥିଲେ । କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ତପସ୍ୱିନୀ ମହାପାତ୍ର, ଦୀପ୍ତିମାଳା ପାତ୍ର, ନିବେଦିତା ପଣ୍ଡା, ସଂଘମିତ୍ରା ମିଶ୍ର, ଅରୁନ୍ଧତୀ ବଢେଇ, କୃଷ୍ଣଚନ୍ଦ୍ର ବାଗ, ସତ୍ୟାନନ୍ଦ ବିଶ୍ୱାଳ, ଟିକେ ଜାଲ, ଦମୟନ୍ତୀ ଚନ୍ଦନ, ସୁଚିତ୍ରା ବସ୍ତିଆ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।