-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
17-Mar-2022
ବଲାଙ୍ଗିର, ୧୭/୩- ଯେ ପର୍ଯ୍ୟନ୍ତ ପୌରାଞ୍ଚଳର ବେରୋଜଗାରଙ୍କ ପାଇଁ ରୋଜଗାର, ଭୁମିହୀନଙ୍କ ପାଇଁ ଜମି ଘର, ୧୬ ଗୋଡି ବନ୍ଧକଣ୍ଟା , ନାଳ ନର୍ଦ୍ଦମା ଓ ରୋଡ ରାସ୍ତାର ଉନ୍ନତିକରଣ ନହୋଇଛି କଂଗ୍ରେସ ସେ ପର୍ଯ୍ୟନ୍ତ ବଲାଙ୍ଗିରବାସୀଙ୍କ ହକ୍ ର ଲଢେଇ ଜାରି ରଖିଥିବ । ବଲାଙ୍ଗିର ଠାରେ ଭୀମ ଭୋଇ ମେଡିକାଲ କଲେଜ ସ୍ଥାପନ ହେବା ପରେ ଯେମିତି କିଛି ଯୁବକ ଯୁବତିଙ୍କ ପାଇଁ ରୋଜଗାରର ବାଟ ଫିଟିଲା । ଠିକ ସେହିପରି ମହାରାଣୀ ସାଗର, ରାଣୀ ବନ୍ଧ ତଥା ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଯୋଜନା ଦ୍ୱାରା ଏଠାରେ ଆହୁରି ରୋଜଗାର ସୃଷ୍ଟି ହୋଇପାରିବ । ତାସହ ଆମେ ଦୃଢତାର ପ୍ରତିଶୃତି ଦେଉଛି ବଲାଙ୍ଗିରରେ ବସବାସ କରୁଥିବା ସମସ୍ତ ଗରିବ ଭୁମିହୀନଙ୍କୁ ବିନା ମୂଲ୍ୟ ରେ ଜମି ଘର ଯୋଗାଇ ଦିଆଯିବ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ୱାର୍ଡ ନଂ୧ ପ୍ରାର୍ଥିନୀ ସସ୍ମିତା କୁମ୍ଭାର, ୱାର୍ଡ ନଂ୧୨ପ୍ରାର୍ଥିନୀ ଅଞ୍ଜଳି ସାହୁ ଓ ପୋରାଧକ୍ଷା ପ୍ରାଥିନୀ ମିଲନୀ
ସାହୁଙ୍କ ପାଇଁ ପୌର ନିର୍ବାଚନ ପ୍ରଚାର ସମୟରେ ଜନସାଧାରଣଙ୍କୁ କହିଥିଲେ । ତାସହ ସେ ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ, ଗରିବ ଅସହାୟଙ୍କ ଭାବାବେଗ ସହ ଖେଳ ଖେଳୁଥିବା ସରାକରଙ୍କୁ ଆଗାମୀ ସମୟରେ ଉଚିତ ଜବାବ ଦିଆଯିବ । ସବୁ ଜାଣି ଶୁଣି ଦଶନ୍ଧି ଦଶନ୍ଧି ହେବ ଗରିବ ଭୁମିହୀନଙ୍କ ପାଇଁ କୌଣସି ପ୍ରକାର ଜମି ବନ୍ଦୋବସ୍ତ କରାଯାଉ ନାହିଁ । ଫଳେରେ ବଲାଙ୍ଗିରର ଅସହାୟ ଗରିବ ଭୁମିହୀନ ଅପଦସ୍ତ ହେଉଛନ୍ତି । ଯଦି ଆଗକୁ ସେହି ପରିସ୍ଥିତି ଜାରି ରହେ ତେବେ ଗରିବ ଭୁମିହୀନମାନେ ରାଜ ରାସ୍ତାକୁ ଓହ୍ଲାଇବେ । ସେତେବେଳେ ଯଦି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ କେବଳ ସରକାର ଦାୟୀ ରହିବେ ବୋଲି କହିଥିଲେ । ଏହା ସହ ସହର ମଧ୍ୟରେ ଥିବା ଆପତ୍ତି ବିହୀନ ସରକାରୀ ଜମି ମାନଙ୍କରେ ଗରିବ ଭୁମିହୀନଙ୍କ ଜମି ଘର ର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ କଂଗ୍ରେସ ର ପୌରାଧକ୍ଷା ପ୍ରାର୍ଥିନୀ ମିଲନୀ ସାହୁ କହିଥିଲେ ଯେ, ସହରର ଗଳିକନ୍ଦିରେ ନାଳ ନର୍ଦ୍ଦମା, ରାସ୍ତାଘାଟ, ବନ୍ଧକଣ୍ଟା ର ଉନ୍ନତିକରଣ, ସହରକୁ ଆବର୍ଜନାମୁକ୍ତ କରିବା ତଥା ବର୍ଷା ଜଳ ଯେପରି ଦୁଷିତ ନହୋଇ ବନ୍ଧକଣ୍ଟାକୁ ପ୍ରବେଶ କରି ସାଧାରଣ ଉପେଯାଗରେ ଲାଗିବ ସେଥିପାଇଁ କଂଗ୍ରେସ କାମ କରିବ । ତେଣୁ ମୋ ସହିତ ସମସ୍ତ ୨୧ଟି ୱାର୍ଡର କଂଗ୍ରେସ ପ୍ରାର୍ଥି ଓ ପ୍ରାର୍ଥିନୀମାନଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ନିବେଦନ କରିଥିଲେ । ଆଜି ୧ନଂ ୱାର୍ଡ ସ୍ଥିତ ଲର୍କିପାଲି , ଅମ୍ବ ପଡା, ଗୋପବନ୍ଧୁ ନଗର ଓ ୧୨ନଂ ୱାର୍ଡ ସ୍ଥିତ ଏବିଏସ୍ଏସ୍ ଓ ଖଦାଲ ପଡା ଠାରେଅନୁଷ୍ଠିତ ସଭାମାନଙ୍କରେ କଂଗ୍ରେସ ପ୍ରାର୍ଥିନୀ ମିଲନୀ ସାହୁ, ସସ୍ମିତା କୁମ୍ଭାର, ଅଞ୍ଜଳି ସାହୁଙ୍କ ସମେତ, ଉପସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନୀ, ସେବାଦଳ ମୁଖ୍ୟ ଅସିତ ମିଶ୍ର, କିଷାନ ସେଲ ସଭାପତି ସାନନ୍ଦ ମିଶ୍ର , ଛାତ୍ରନେତା ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, ଗୋପାଲ ବରେଇ, ଆରତିପ୍ରିତି ସାହୁ, ରବିନ୍ଦ୍ର ପାଣିଗ୍ରାହୀ, ନିକେଶ କୁମ୍ଭାର, ପ୍ରଫୁଲ୍ଲ ମିଶ୍ର, କୁଲମଣୀ ସାହୁ, ରାହୁଲ ସାହୁ, ଘୁଣ୍ଡୁ ଦାସ ଓ ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।