-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
03-Sep-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗ୍ରୁପ୍-ଜି ର ତୃତୀୟ ଦିବସ ରେ ଏଚଆରଡିଏ ଖଲିଆପାଲି ଓ ଜେଡଡିଏଫଏ କୁସମେଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚ ରେ ଏଚଆରଡିଏ ଖଲିଆପାଲି ଦଳ ଜେଡଡିଏଫଏ କୁସମେଲ ଦଳକୁ 05/04 ରେ ଟ୍ରାଏବ୍ରେକର ଜରିଆରେ ହରାଇ ବିଜୟୀ ହୋଇଥିଲା l ଉକ୍ତ ମ୍ୟାଚ ରେ ଅତିଥି ଭାବେ ପୂର୍ବତନ ବୁର୍ଡ଼l ସରପଞ୍ଚ ସୁଦିପ ସା, ଏଥଲେଟିକ ଏସୋସିଏସନ ସଭାପତି ଦିଲୀପ କୁମାର ବେହେରା, ରେନବୋ ପବ୍ଲିକ ସ୍କୁଲ ପ୍ରିନସିପାଲ ଅଶୋକ କୁମାର ଭିତିରିଆ, ଟ୍ରଷ୍ଟବୋର୍ଡ ମେମ୍ବର ବିଭୁତିଭୂଷଣ ସାହାଣୀ, ଅବସରପ୍ରାପ୍ତ ରେଞ୍ଜର କିଶୋର କୁମାର ନାଏକ ଯୋଗ ଦେଇଥିଲେ l ଏହି ମ୍ୟାଚ ର ରେଫରୀ ଥିଲେ କରୁଣାକର ପଧାନ, ବିଜୟ କୁମାର ରଣା, ରୋଶନ ମେହେର, ଦିଲୀପ କୁମାର ଧରୁଆ ପ୍ରମୁଖ l ମ୍ୟାଚ କମିଶନର ଦାୟିତ୍ୱ ରେ ପ୍ରଦୀପ କୁମାର ବଗର୍ତି l ଆସନ୍ତା କାଲି ଜିପିଏଫସି ତେତେଲଖୁଣ୍ଟି ଓ ଏଥଲେଟିକ ଏସୋସିଏସନ ଲୋଇସିଂହା ମଧ୍ୟରେ ଅନୁଷ୍ଠିତ ହେବ l