-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ରାଜନୀତି

ଦେବକୀ ସାହୁ ହେଲେ ବଲାଙ୍ଗୀର ଜିଲ୍ଲାପରିଷଦ ସଭାନେତ୍ରୀ

13-Mar-2022



ବଲାଙ୍ଗୀର,(ପ୍ରେରଣା ଖବର)-ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାରତୀୟଜନତା ପାର୍ଟି ଏକକ ସଂଖ୍ୟାଗରିଷ୍ଠ ହୋଇଥିଲା ଓ ଅଧ୍ୟକ୍ଷା ବସାଇଥିଲା । ସେ ସମୟରେ ଭାଜପା ଆଗଲପୁର ଜୋନ ୧ର ଜିଲ୍ଲାପରିଷଦ ସଭ୍ୟା ଭାରତୀ ମହାନନ୍ଦ ଅଧ୍ୟକ୍ଷା ହୋଇଥିଲେ । ଏଥର ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିଦଳ ୩୪ ଆସନରୁ ୨୬ଟି ଆସନ ଜିଣି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଆଜି ଜିଲ୍ଲାପରିଷଦ ସଭ୍ୟା/ସଭ୍ୟାଙ୍କ ଶପଥଗ୍ରହଣ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ନିର୍ବାଚନ ରହିଥିଲା । ବଲାଙ୍ଗୀର ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସେହି ଆଗଲପୁର ଜୋନ ୧ର ସଭ୍ୟା ଦେବକୀ ସାହୁଙ୍କୁ ବିଜେଡିଦଳ ଅଧ୍ୟକ୍ଷା ପଦରେ ବସାଇଛି । ଦେବକୀ ସାହୁ ଜଣେ ଗ୍ରାଜୁଏଟ ମହିଳା ହୋଇଥିବା ସହିତ ସେ ବାବୁଫାସଡ ପଞ୍ଚାୟତର ସରପଞ୍ଚ ରହିଥିଲେ । ଜଣେ ଅଭିଜ୍ଞ ମହିଳା ଭାବରେ ତାଙ୍କୁ ବିଜେଡି ସୁପ୍ରୀମୋ ଅଧ୍ୟକ୍ଷା ପଦରେ ବସାଇଛନ୍ତି ।

ଗତ କିଛିଦିନ ଧରି ବଲାଙ୍ଗୀର ଜିଲ୍ଲାର ଅଧ୍ୟକ୍ଷା ଆସନରେ କିଏ ବସିବ ସେନେଇ କଲ୍ପନାଜଲ୍ପନା ଚାଲିଥିଲା । ପୂର୍ବରୁ ଟିଟିଲାଗଡର ଗୀତା ବିଶି,ଲୋଇସିଂହା ଜୋନ ୩୩ର ଲିଲିମା ବେହେରା ଓ ବଲାଙ୍ଗୀର ସଦର ବ୍ଲକ ୨୨ନମ୍ବର ଜୋନର ଅନାମିକା ହୋତାଙ୍କ ନାମ ଅଧ୍ୟକ୍ଷା ହେବେ ବୋଲି ଶୁଣାଯାଉଥିଲା । ବଲାଙ୍ଗୀର ଜିଲ୍ଲା ଦାୟୀତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂ,ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓଙ୍କ ସହିତ ମିଶି ଆଲୋଚନା କଲାପରେ ଦେବକୀଙ୍କ ନାମରେ ମୋହର ପଡିଥିଲା । ମୁଖ୍ୟତଃ ଯେଉଁ ବିଧାନସଭା କ୍ଷେତ୍ରରେ ବିଧାୟକ ନାହାଁନ୍ତି ସେହି ଅଞ୍ଚଳରେ ସାଂଗଠନିକ କାର୍ଯ୍ୟକ୍ରମକୁ ବଢାଇବାକୁ ସେହି ଅଞ୍ଚଳରୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦିଆଯିବାକୁ ସ୍ଥିର କରାଯାଇଥିଲା । ଦେବକୀଙ୍କ ସ୍ୱାମୀ ଲେଙ୍କା ସାହୁ ଆଗଲପୁର ବ୍ଲକର ଜଣେ ଦକ୍ଷ ଯୁବସଂଗଠକ । ସେହି ଅଞ୍ଚଳରେ ଚଳିତଥର କଂଗ୍ରେସର ନରସିଂହ ଗୋଷ୍ଠୀକୁ ମାତ ଦେବାରେ ସେ ସଫଳ ହୋଇଥିଲେ । ଏହା ସହିତ ଲେଙ୍କା ପୂର୍ବତନ ସାଂସଦ କଳିକେଶଙ୍କର ଜଣେ ଅନୁଗତ ଅଟନ୍ତି । ସେହି ଦୃଷ୍ଟିରୁ ଦେବକୀଙ୍କୁ ପ୍ରଧାନ୍ୟତା ଦିଆଯାଇଥିବା ଆଲୋଚନା ହୋଇଛି । ଆଜି ନିର୍ବାଚନ ବେଳେ ବଲାଙ୍ଗୀର ଜିଲ୍ଲାପରିଷଦ ନିର୍ବାଚନ ଚାଲିଥିବା ବେଳେ ଡିଆରଡିଏରେ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ଉପସ୍ଥିତ ଥିଲେ । ଠିକ ୧୧.୩୦ମି ସମୟରେ ବନ୍ଦ ଲଫାପା ଖୋଲାଯାଇଥିଲା ଓ ଦେବକୀ ଫର୍ମକିଣି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏକମାତ୍ର ଅଧ୍ୟକ୍ଷା ପ୍ରାର୍ଥି ନାମାଙ୍କନ ପତ୍ରଦାଖଲ କରିଥିବାରୁ ଦିନ ୧ଟାରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା । ଜିଲ୍ଲାର ପର୍ଯ୍ୟଟନ,ଜଳସେଚନ,ଗମନାଗମନ,ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନବୀନ ସରକାର ଗୁରୁତ୍ୱଦେଉଛନ୍ତି ବୋଲି ଆଜି ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ଗଣମାଧ୍ୟମକୁ କହିଛନ୍ତି । ନିର୍ବାଚନ ସରିଲାପରେ ଆଜି ଦିନ ୧.୩୦ରେ ଶୈଳଶ୍ରୀ ପ୍ୟାଲେସରୁ ବିଜେଡିର ଏକ ପ୍ରଚାରରଥ ଆସିଥିଲା ଓ ସେଥିରେ ନବନିର୍ବାଚିତ ଅଧ୍ୟକ୍ଷା ଦେବକୀ ସାହୁ ଓ ଅନ୍ୟମାନେ ପ୍ୟାଲେସକୁ ଯାଇ ଦଳର ବରିଷ୍ଠନେତା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ,ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଆଶୀର୍ବାଦ ନେଇଥିଲେ । ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯିବ ବୋଲି ଉପସ୍ଥିତ ନେତା ଓ ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ । ନବନିର୍ବର୍ାଚିତ ଅଧ୍ୟକ୍ଷା ଦେବକୀଙ୍କୁ ବିଜେଡିଦଳର ସୋସିଆଲମିଡିଆ ଦାୟୀତ୍ୱରେ ଥିବା ବିଭୁତିଭୁଷଣ ସାହୁ,ବେଲଗାଁ ସରପଞ୍ଚ ରାମଚନ୍ଦ୍ର ବେହେର ଓ ଆଗଲପୁର ଅଞ୍ଚଳରୁ ଆସିଥିବା ନେତାଗଣ ସ୍ୱାଗତ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like