-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
23-Feb-2022
ଗଞ୍ଜାମ (ଉମା ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ନିର୍ବାଚନ ର ପ୍ରଚାର ଶେଷ ଦିନରେ କମ୍ପିଲା ସମାଜ ସେବି ରବୀନ୍ଦ୍ର ବେହେରାଙ୍କ ନିର୍ବାଚନ ପ୍ରଚାର । ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ରବୀନ୍ଦ୍ରଙ୍କ ପରିବାରର ସରପଞ୍ଚ ପାର୍ଥୀନୀ ଭାବେ ପ୍ରତିଦ୍ବନ୍ଦୀ କରୁଥିବା ମଞ୍ଜୁଲତା ବେହେରା ।
ନିଜର ସହ ସହ ମହିଳା ଓ ପୁରୁଷଙ୍କୁ ନେଇ ଆଜି ମଠସରସିଙ୍ଗି ପଞ୍ଚାୟତ ରେ ହାଇ ଭୋଲ୍ଟେଜ ପ୍ରଚାର କରିଥିବା ବେଳେ ମଞ୍ଜୁଲତା ଙ୍କୁ ମାଛ ଚିହ୍ନିରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ । ଏହି ପଞ୍ଚାୟତରେ ହେଉଥିବା ଦୂର୍ନୀତି
କୁ ରୋକିବାସହ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢିତୋଳିବା କୁ ଶପଥ ନେବା ସହ ପ୍ରତ୍ୟେକ ଲୋକଙ୍କ ସମସ୍ୟା ସମାଧାନ କରିବେବୋଲି ଭୋଟର ମାନଙ୍କୁ ବୁଝାଇଥିଲେ ।
ଏହି ପଞ୍ଚାୟତ ରେ କୌଣସି ଦଳ ରେ ସେ ସାମିଲ ନ ହୋଇ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ଏଇ ମୈଦାନ କୁ ଓହ୍ଲେଇ ଛନ୍ତି । ବିପୁଳ ମାତ୍ରାରେ ଶମର୍ଥନ ମିଳୁଥିବାରୁ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ଆଶା ରଖିଛନ୍ତି ।