-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||     

HOME   ରାଜନୀତି

ଏକ ଶସକ୍ତ ଜିଲ୍ଲା ପରିଷଦ ଗଠନ ପାଇଁ ଯଶୋବନ୍ତିଙ୍କୁ ଭୋଟ ଦିଅନ୍ତୁ - ନରସିଂହ ସଦର ବ୍ଲକବାସୀଙ୍କୁ ନିବେଦନ କଲେ ନରସିଂହ

14-Feb-2022



ବଲାଙ୍ଗିର,(ପ୍ରେରଣା ଖବର)ଗାଁର ଅପହଞ୍ଚ ଇଲାକାରେ ବିକାଶ ପହଞ୍ଚାଇବା ହେଉଛି ତ୍ରିସ୍ତରିୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଲକ୍ଷ । ପଞ୍ଚାୟତକୁ  ଶହ ଶହ କୋଟିର  ଅନୁଦାନ ସତ୍ୱେ ସରକାରୀ ଉଦାସୀନତା, ଅଧିକାରୀଙ୍କ ସ୍ଥାଣୁତା ତଥା ଦୁର୍ବଳ ନେତୃତ୍ୱ ଯୋଗୁଁ ଗାଁର ବିକାଶ ଧିମେଇ ଯାଉଛି । ଏପରିକି ଅନେକ ଗ୍ରାମବାସୀ ତାଙ୍କର ସର୍ବନିମ୍ନ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି । ତେଣୁ ଏକ ଶସକ୍ତ ଜିଲ୍ଲାପରିଷଦ ଗଠନ ପାଇଁ ଆମକୁ ଏକ ଦୃଢ ନେତୃତ୍ୱ ବାଛିବାକୁ ହେବ । ଅନ୍ୟପକ୍ଷରେ ସମାଜର ପଛୁଆ ଓ ଅଦିବାସୀ ବର୍ଗ ବିଜେପି, ବିଜେଡି ଦଳ ବିରୁଦ୍ଧରେ ଏକଜୁଟ ହୋଇ, କଂଗ୍ରେସର ଜିଲ୍ଲା ପରିଷଦ ଗଠନ ସପକ୍ଷରେ ମତଦାନ କରିବା ସ୍ପଷ୍ଟ ଜଣାପଡୁଛି । ଏଭଳି ସ୍ଥିତିରେ ଜିଲ୍ଲାପରିଷଦରେ ଏକ ଶସକ୍ତ ନେତୃତ୍ୱ ପାଇଁ ବଲାଙ୍ଗିର ବ୍ଲକ ୨୨ ନଂ ଜିଲ୍ଲା ପରିଷଦରେ କଂଗ୍ରେସ  ପ୍ରାର୍ଥିନୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ବିପୁଳ ଭୋଟ ଦାନ କରି ଜୟଯୁକ୍ତ କରନ୍ତୁ ବୋଲି ଆଜି

ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକବାସୀଙ୍କୁ ନିବେଦନ କରିଛନ୍ତି । 
ଆଜି ସଦର ବ୍ଲକ ଜୋନ ୨୨ ଅନ୍ତର୍ଗତ ଢୁଲୁସର, ଚୁଡାପାଲି, ତୁଷୁରାବାହାଲ,ଡଙ୍ଗାଘାଟ, ସାନତେଲେନପାଲି, ସର୍ଗାଡ,ଭୁଣ୍ଡିମୁହାଣ, ଗର୍ଜନ ଓ ମାୟାବର୍ହା ଅଂଚଳରେ କଂଗ୍ରେସ ପ୍ରାର୍ଥୀନୀ ଯଶୋବନ୍ତି ବଘାରଙ୍କ ସହ ନିର୍ବାଚନୀ ପ୍ରଚାର ସମୟରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲା ପରିଷଦକୁ ଅନେକ ଅନୁଦାନ ଆସୁଛି । ଯେଉଁ ସଭ୍ୟମାନେ ନିର୍ବାଚିତ ହୋଇଯାଉଛନ୍ତି, ସେମାନେ ଏହି ଅର୍ଥର ସଦ ଉପଯୋଗ କରିପାରୁ ନାହାନ୍ତି ।  ଏଦିଗରେ ସେମାନଙ୍କୁ ଉଚ୍ଚ ନେତୃତ୍ୱ ମଧ୍ୟ ରାସ୍ତା ଦେଖାଉ ନଥିବା ବେଳେ ଅଧିକାରୀ ମାନେ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ।  ବିଗତ ଜିଲ୍ଲାପରିଷଦମାନେ  ପ୍ରାୟତଃ ସତ୍ତାଧାରୀ ବିଜେପି ଓ ବିଜେଡି ଦଳର ନେତୃତ୍ୱରେ ଚାଲିଥିଲା । ତଥାପି ଅଂଚଳର ଉନ୍ନତି ରେ ସେମାନଙ୍କ କୌଣସି ଭୂମୀକା ଥିବା ଜଣା ପଡୁନାହିଁ । ସେମାନଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ  ଅଂଚଳରେ ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅତ୍ୟାବଶକୀୟ କ୍ଷେତ୍ର ରେ ମଧ୍ୟ କୌଣସି ଦିର୍ଘମିଆଦି ଯୋଜନା ହୋଇ ପାରି ନାହିଁ । ଯାହା କିଛି ଅନୁଦାନ ଆସିଛି ତାହା ମଧ୍ୟ ଲୋକମଙ୍ଗଳରେ ବିନିଯୋଗ ହୋଇ ପାରିନଥିବା ବେଳେ କେବଳ ପ୍ରୀୟାପ୍ରିତି ତୋଷଣରେ ସୀମିତ ରହିଛି । ଫଳରେ ଗ୍ରାମପଞ୍ଚାୟତ ଓ ଜିଲ୍ଲା ପରିଷଦର ଅବସ୍ଥା ବଦଳୁ ନାହିଁ । ତେଣୁ ଏହି ଅଂଚଳକୁ ଏକ ନୁତନ ଆଶାର କିରଣ ଓ ଦୃଢ ନେତୃତ୍ୱ ଦେବା ପାଇଁ ଜନତା ଜୋନ ୨୨ର କଂଗ୍ରେସ ପ୍ରାଥିନୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ନିର୍ବାଚିତ କରନ୍ତୁ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କରିିଛନ୍ତି । ଆଜିର ଏହି ନିର୍ବାଚନୀ ସଭାମାନଙ୍କରେ  କଂଗ୍ରସ ନେତା ରାଧାକାନ୍ତ ଭୋଇ, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ଚୁଡାପାଲି ସରପଞ୍ଚ ଘାସୀରାମ ବେହେରା, ଯୋଗେଶ୍ୱର କୁମୁରା, ପଙ୍କଜ ମାଲ, ମୁରଲି ମଲ୍ଲିକ ଓ କୁଲମଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026
  ଜିଲ୍ଲା  
ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   01-Oct-2026
  ଜିଲ୍ଲା  
ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   01-Oct-2026
  ରାଜ୍ୟ  
ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   01-Oct-2026

You Might Also Like