-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
15-Feb-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମପଞ୍ଚାୟତ ଜନସାଧାରଣଙ୍କ ସେବା ପାଇଁ ଉସ୍ଵର୍ଗକୃତ ଆମ୍ବୁଲେନସ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଜନସାଧାରଣରେ ଦାବି ହେଉଛି ।ସୂଚନା ଯୋଗ୍ୟ ଯେ ସେବା ହିଁ ପରମଧର୍ମ ହୋଇଥିବାରୁ ମହଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୀମସେନ ସିଂଦେଓଙ୍କ ଆପ୍ରାଣ ଉଦ୍ୟମରେ ପ୍ରାୟ ୭/୮ବର୍ଷ ତଳେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଉକ୍ତ ପଞ୍ଚାୟତ ବାସୀଙ୍କ ସେବା ପାଇଁ ଆମ୍ବୁଲେନସ ଯୋଗାଇ ଦେଇଥିଲେ । ସେହି ସମୟରେ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଦାଶରଥି ଶତପଥୀ ଓ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ମଧ୍ୟ ଏ ନେଇ ସହଯୋଗ କରିଥିଲେ।ଯାହାକି ତାହା ପଞ୍ଚାୟତ ଅଧିନରେ ରକ୍ଷଣାବେକ୍ଷଣ ହେବା କଥା ଏବଂ ତାର ଲାଭ କ୍ଷତି ପଞ୍ଚାୟତ ବୁଝିବ ବୋଲି ସ୍ଥିର ହୋଇଥିଲା । ଆମ୍ବୁଲାନ୍ସ ୨/୩ମାସ ନିୟମିତ ସେବା ଯୋଗାଇବା ପରେ ସେହିଦିନ ଠାରୁ ଅଚଲ ହୋଇ ପଡିରହିଛି ।ଲୋକେ ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ।ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ପଡି ରହିଥିବା ଅମ୍ବୁଲେନସର ରକ୍ଷଣାବେକ୍ଷଣ କରାଯାଇ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।
ଆମ୍ବୁଲାନ୍ସର ରକ୍ଷଣା ବେକ୍ଷଣ ନେଇ ମହଦା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦେଶ କର୍ମୀଙ୍କୁ ପଚାରିବାରୁ ଅଫିସରେ ଯୋଗଦାନ କରିବା ସମୟରେ ଏହି ବାବଦ ନେଇ କୌଣସି ଚାର୍ଜ ପାଇନାହିଁ କାରଣ ଏଠାରେ ମୋ ଯୋଗଦାନ ପୁର୍ବ ରୁ କାର୍ଯ୍ୟରତ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାରୁ ମୁଁ କିଛି ଜାଣି ନାହିଁ ବୋଲି କହିଥିଲେ ।