-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
11-Feb-2022
ପଦ୍ମପୁର:-ସର୍ବଭାରତ ସ୍ତରୀୟ ଚାଷୀ ଆନ୍ଦୋଳନର ବିପ୍ଳବୀ ନେତା ଲିଙ୍ଗରାଜ ବରିକେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଗୋପବନ୍ଧୁ ଶିକା ଙ୍କ ପାଇଁ ନିର୍ବାଚନୀ ପ୍ରଚାର ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ ରେ ଯୋଗଦେଇ ନବାଗତ ଯୁବକ ଗୋପବନ୍ଧୁ ଶିକା, ଯେ'କି ଓଡ଼ିଶାର ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବରିକେଲ ଗ୍ରାମପଞ୍ଚାୟତ ର ବିକାଶ ପାଇଁ ଛିଡା ହୋଇଛନ୍ତି ତାଙ୍କୁ ଆପଣମାନଙ୍କ ଆଶ୍ରିର୍ବାଦ ସହ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଚାଷୀ ମୂଲିଆ ଠୁ ଆରମ୍ଭ କରି ଜନସାଧାରଣ ଙ୍କୁ ନିବେଦନ କରିଥିଲେ ।ବରିକେଲ ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ସିଂହନପୁର, ଚାରପାଲି,ଚିତାଖୋଲ ଗ୍ରାମ ମାନଙ୍କରେ ଆୟୋଜିତ ସଭାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ର ଆବାହକ ବରିଷ୍ଠ ଚାଷୀ ନେତା ଲିଙ୍ଗରାଜ ତାଙ୍କ ବକ୍ତବ୍ୟରେ ରଖିବା ପରେ ବିପୁଳ ଭାବେ ଜନସମର୍ଥନ ଦେଖିବାକୁ ମିଳିଥିଲା ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ସରୋଜ ସୁନା, ଲକ୍ଷ୍ମଣ ସୁନା, କିଶୋର ସାହୁ, ଗୋବର୍ଦ୍ଧନ, ବାସନ୍ତୀ ପ୍ରମୁଖ ଯୋଗଦାନ କରିଥିଲେ ।