-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜୀବନଶୈଳୀ

ଆଜି ମନେ ପଡନ୍ତି ପଣ୍ଡିତ ଜୱାହରଲାଲ ନେହରୁ

14-Nov-2020



୧୪ ନଭେମ୍ବର୍‌ ୧୮୮୯ରେ ଇଲାହାବାଦରେ ଜନ୍ମ ହୋଇଥିଲେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହରୁ। ୧୫ ଅଗଷ୍ଟ୍‌ ୧୯୪୭ରୁ ୨୭ ମେ ୧୯୬୪ ପର୍ଯ୍ୟନ୍ତ ସେ ପ୍ରଥମେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନ ମନ୍ତ୍ରୀ ଏବଂ ୧୯୫୦ରୁ ପୂର୍ଣ୍ଣକାଳୀନ ପ୍ରଧାନ ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ପ୍ରଧାନ ମନ୍ତ୍ରୀ ପଦରେ ଥିବା ବେଳେ ହିଁ ୧୯୬୪ ମେ ୨୭ରେ ତାଙ୍କର ପରଲୋକ ହୋଇଥିଲା। ନେହରୁ ପିଲାଦିନୁ ଥିଲେ ପଠନ-ଅଧ୍ୟୟନପ୍ରିୟ। ଭାରତୀୟ ତଥା ପାଶ୍ଚାତ୍ୟ ଲେଖକମାନଙ୍କୁ ପାଠକରି ତାଙ୍କର ଚିନ୍ତାଧାରା ବେଶ୍‌ ମାର୍ଜିତ ହୋଇପାରିଥିଲା। ତାଙ୍କର ବାଲ୍ୟଶିକ୍ଷା ବିଦ୍ୟାଳୟରେ ନ ହୋଇ ଘରୁ ଆରମ୍ଭ ହୋଇଥିଲା। ପିତା ମୋତୀଲାଲ ସେହି କାଳର ବିଦ୍ୟାଳୟ ଶିକ୍ଷା ପର୍ଯ୍ୟାପ୍ତ ନୁହେଁ ବୋଲି ମନେକରୁଥିଲେ। ତେଣୁ, ପୁଅକୁ ପଢ଼ାଇବା ପାଇଁ ଏକାଧିକ ଦେଶୀ-ବିଦେଶୀ ଘରୋଇ ଶିକ୍ଷକ ନିଯୁକ୍ତ କରିଥିଲେ। ସେମାନଙ୍କ ଭିତରେ ଥିଲେ ୟୁରୋପୀୟ ଶିକ୍ଷକ ଟି ବ୍ରୁକ୍‌ସ, ଯାହାଙ୍କ ଦ୍ବାରା ନେହରୁ ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ତାଙ୍କଠାରୁ ପ୍ରେରଣା ପାଇ ସେ ଦର୍ଶନ, ବିଜ୍ଞାନ, ସାହିତ୍ୟ ଓ ଇତିହାସ ଆଦିରେ ମନଦେଇଥିଲେ। ଏହା ଦ୍ବାରା ତାଙ୍କ ଜୀବନ-ଶୈଳୀ ମାର୍ଜିତ ହୋଇପାରିଥିଲା। ପରେ ସେ ଲଣ୍ତନ୍‌ର ହାରୋ ବିଦ୍ୟାଳୟ ଏବ˚ କେମ୍ବ୍ରିଜ୍‌ର ଟ୍ରିନିଟି ମହାବିଦ୍ୟାଳୟରେ ପଢ଼ିଥିଲେ। ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ହେବା ପରେ ଲଣ୍ତନ୍‌ରେ ଆଇନ ମଧ୍ୟ ପାଠକରିଥିଲେ। ବିଦେଶରେ ଶିକ୍ଷା-ଦୀକ୍ଷା ପରେ ସେ ଚାହିଁଥିଲେ ଉଚ୍ଚ ପଦ-ପଦବିରେ ଅଧିଷ୍ଠିତ ହୋଇପାରିଥା’ନ୍ତେ। ପିତା ମୋତୀଲାଲ ବି ଚାହୁଁଥିଲେ ପୁଅ ସର୍ବ-ଭାରତୀୟ ସେବାରେ ଯୋଗଦେଉ। କିନ୍ତୁ, ନେହରୁ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ଆନ୍ଦୋଳନରେ ଝାସଦେଇଥିଲେ।

*ସେ ଆଜୀବନ ଶାନ୍ତି ଓ ଅହି˚ସାର ପୂଜାରୀ ଥିଲେ। ପ୍ରାକ୍‌-ସ୍ବାଧୀନତା କାଳରେ ବ୍ରିଟିସ୍‌ ବି‌ରୋଧୀ ଆନ୍ଦୋଳନରେ ଯୋଗଦେଇ, ସେ ଏକାଧିକବାର ଗିରଫ ହୋଇଥିଲେ। ତାଙ୍କ ସଂଗ୍ରାମୀ ଜୀବନର ପ୍ରାୟ ନଅ ବର୍ଷ କାରାଗାରରେ କଟିଥିଲା। କାରାଗାରରେ ଖାଲି ବସି ନ ରହି, ସେ ନିଜକୁ ଲେଖା-ପଢ଼ାରେ ନିୟୋଜିତ କରିଥିଲେ। ସେ ନିଜର ସମସ୍ତ ପ୍ରମୁଖ ପୁସ୍ତକର ପାଣ୍ତୁଲିପି ବନ୍ଦୀ ଥିବା ବେଳେ ପ୍ରସ୍ତୁତ କରିଥିଲେ। ୧୯୩୪ରେ ‘ଗ୍ଲିମ୍ପ୍‌ସେସ୍‌ ଅଫ୍‌ ୱାର୍ଲ‌୍ଡ ହିଷ୍ଟ୍ରି’, ୧୯୩୬ରେ ଆତ୍ମଚରିତ  ‘ଟୁୱାର୍ଡ‌୍ସ ଫ୍ରିଡମ୍‌’, ୧୯୪୬ରେ ‘ଡିସ୍‌କଭରି ଅଫ୍‌ ଇଣ୍ତିଆ’ ପ୍ରକାଶ ପାଇଥିଲା। କାରାଗାରର କାଳ-କୋଠରିରେ ରଚିତ ପାଣ୍ଡୁଲିପିଗୁଡ଼ିକ ପ୍ରକାଶ ପାଇବା ପରେ ଚାରି ଆଡ଼େ ଉଚ୍ଚ-ପ୍ରଶ˚ସିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଧର୍ମ ପ୍ରତି ତାଙ୍କର କୌଣସି ଆକର୍ଷଣ ନ ଥିଲା। ମହାତ୍ମାଙ୍କ ପରି ‘ଅହି˚ସା’କୁ ହିଁ ସେ ନିଜର ଧର୍ମ ଭାବେ ଗ୍ରହଣ କରିଥିଲେ। ସେ ଧର୍ମନିରପେକ୍ଷ ବ୍ୟକ୍ତିତ୍ବ ଥିଲେ। ତାଙ୍କର ବ୍ୟକ୍ତିଗତ ଧର୍ମ-ଧାରଣା ଏବ˚ ଦର୍ଶନକୁ ସେ ନିଜର ପୁସ୍ତକମାନଙ୍କରେ ସ୍ପଷ୍ଟ କରିଯାଇଛନ୍ତି।*

*ପଣ୍ତିତ ଜୱାହରଲାଲଙ୍କର ପୂର୍ବ-ପୁରୁଷ ଥିଲେ କଶ୍ମୀର ଉପତ୍ୟକାର ମୂଳ ବାସିନ୍ଦା; ଜାତିରେ ବ୍ରାହ୍ମଣ। ସେମାନେ ଥିଲେ ‘କୌଲ’ ସାଙ୍ଗିଆଧାରୀ। ତାଙ୍କ ପୂର୍ବଜ ପଣ୍ଡିତ ରାଜ କୌଲ ସ˚ସ୍କୃତ ଓ ପାରସୀ ଭାଷାରେ ବିଦ୍ବାନ୍‌ ଥିଲେ। ତାଙ୍କ ପାଣ୍ତିତ୍ୟ ଦ୍ବାରା ମୁଗ୍‌ଧ ହୋଇ ମୁଗଲ ସମ୍ରାଟ୍‌ ଫର୍ରୂଖ ସିୟର, ତାଙ୍କୁ ୧୭୧୬ରେ ଦିଲ୍ଲୀ ନିମନ୍ତ୍ରିତ କରି, ସ୍ଥାୟୀ ଭାବେ ବସବାସ କରିବା ନିମନ୍ତେ ବାସଗୃହ ଏବ˚ ଭୂ-ସ˚ପତ୍ତି ଯୋଗାଇଦେଇଥିଲେ। ଏକ ‘ନହର’ ବା  କେନାଲ ପାର୍ଶ୍ବରେ ଜାଗିରି ରୂପେ କିଛି ଗ୍ରାମ ପ୍ରଦାନ କରିଥିଲେ। ଜାଗିରି ପାଇବା ପରେ ସେ ପଣ୍ଡିତ ରାଜ କୌଲ ନହର ଭାବେ ପରିଚିତ ହୋଇଥିଲେ। କାଳକ୍ରମେ ମୂଳ ସାଙ୍ଗିଆ ଲୋପ ପାଇବା ସହ ‘ନହର’ ଅପଭ୍ର˚ଶ ହୋଇ ‘ନେହରୁ’ ପାଲଟିଥିଲା ଏବଂ ପରବର୍ତ୍ତୀ ବ˚ଶଧର ଏହି ସାଙ୍ଗିଆକୁ ଗ୍ରହଣ କରିନେଇଥିଲେ। ପଣ୍ତିତ ଜୱାହରଲାଲଙ୍କର ଜେଜେବାପା ଗଙ୍ଗାଧର ଥିଲେ ଦିଲ୍ଲୀର କୋତୱାଲ। ୧୮୫୭ ସିପାହି ବିଦ୍ରୋହ କାଳରେ ଗଙ୍ଗାଧର ସପରିବାର ଆଗରା ଚାଲିଆସିଥିଲେ।  ତାଙ୍କ ପୁତ୍ର ମୋତୀଲାଲ ଆଇନ ବ୍ୟବସାୟ କରୁଥିଲେ। ଆଗରା ଉଚ୍ଚ ନ୍ୟାୟାଳୟ ଇଲାହାବାଦ ଉଠିଯିବା କାରଣରୁ ମୋତୀଲାଲ ନେହରୁ ସପରିବାର, ଇଲାହାବାଦକୁ ନୂଆ ବାସସ୍ଥାନ ଭାବେ ଗ୍ରହଣ କରିଥିଲେ। ଇଲାହାବାଦରେ ଥିବା ସାର୍‌ ସୟଦ ଅହମଦ ଖାନଙ୍କ ପୁରାତନ ପ୍ରାସାଦକୁ କିଣି ସେ ନବ-ରୂପ ତଥା ନବ-ନାମ ଦେଇଥିଲେ। ଏଠାରେ ପଣ୍ତିତ ଜୱାହରଲାଲ ଜନ୍ମ ହୋଇଥିଲେ।

*ଗାନ୍ଧୀ-ଟୋପି, ମାଓ-କୋଟ୍‌ ପରି ନେହରୁ-ଜ୍ୟାକେଟ୍‌ ଏକ ପ୍ରତୀକାତ୍ମକ ପୋଷାକ। ଏହା ଦକ୍ଷିଣ ଏସୀୟମାନେ ପିନ୍ଧୁଥିବା ଅଚକନ ଏବ˚ ଶେରୱାନୀର ମିଶ୍ରଣ। ଅଚକନ ଓ ଏହା ମଧ୍ୟରେ ମୁଖ୍ୟ ପାର୍ଥକ୍ୟଟି ହେଲା- ପ୍ରଥମଟି ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ। ତେବେ, ନେହରୁ-ଜ୍ୟାକେଟ୍‌ର ଲମ୍ବ ଇ˚ଲିସ୍‌ କୋଟ୍‌ ସହ ସମାନ। କଲାର‌୍‌ରେ ମଧ୍ୟ ପାର୍ଥକ୍ୟ ଅଛି।* *ନେହରୁ-ଜ୍ୟାକେଟ୍‌ର କଲାର‌୍‌କୁ ମାଣ୍ତାରିନ୍‌ କଲାର‌୍‌ କହାଯାଏ। ଏହାକୁ ପ୍ରଥମେ ‘ବନ୍ଦ ଗଲେ କା କୋଟ୍‌’ ନାମ ଦିଆଯାଇଥିଲା। ନେହରୁ ସ୍ବାଧୀନତା ପରଠାରୁ ପରଲୋକ ପର୍ଯ୍ୟନ୍ତ ଏହା ପିନ୍ଧୁଥିବା ଜଣାଯାଏ। ତାଙ୍କ ଜୀବଦ୍ଦଶାରେ ଏହା ଏପରିକି ବିଦେଶରେ ସୁଦ୍ଧା ଲୋକପ୍ରିୟ ହୋଇପାରିଥିଲା ଏବ˚ ପରିଚିତ ‘ନେହରୁ-ଜ୍ୟାକେଟ୍‌’ ରୂପେ ପରିଚିତ ହୋଇଥିଲା। ବହୁ ବିଶିଷ୍ଟ ବିଦେଶୀ ଏହାକୁ ନିଜ ପରିଧାନରେ ଗ୍ରହଣ କରିଥିଲେ। ‘ଦ ବିଟଲ୍‌ସ’ମାନେ ଗୋଟିଏ ସୋ’ରେ ଏ ଭଳି ଜ୍ୟାକେଟ୍‌ ପିନ୍ଧି ବାହାରିଥିଲେ। ହଲିଉଡ୍‌ର ଏକାଧିକ ଜେମ୍‌ସ ବଣ୍ତ୍‌ ଫିଲ୍ମ- ‘ଡ. ନୋ’, ‘ମୁନ୍‌ରାକର‌୍‌’, ‘ଅକ୍‌ଟୋପସି’, ‘ୟୁ ଓନ୍‌ଲି ଲିଭ୍‌ ଟ୍ବାଇସ୍‌’ ଏବ˚ ‘ଟୁମରୋ ନେଭର‌୍‌ ଡାଇଜ୍‌’ରେ ଖଳନାୟକମାନେ ଏହାକୁ ପିନ୍ଧିଥିଲେ। ହଲିଉଡ୍‌ ଅଭିନେତା ସାମି ଡାଭିସ୍‌ ଏବ˚ ଷ୍ଟିଭେନ୍‌ ସେଗାଲ୍‌ ଏହାକୁ ନିୟମିତ ପିନ୍ଧନ୍ତି। ଭାରତୀୟଙ୍କ ମଧ୍ୟରେ ହୋମୀ ଜହଁାଗୀର ଭାଭା ଏବ˚ ରାଜେନ୍ଦ୍ର ପଚୌରୀ ଏହା ପିନ୍ଧିଛନ୍ତି। ଆମେରିକାର କେତେକ ପପ୍‌-ଗାୟିକା ମଧ୍ୟ ଏହାକୁ ପିନ୍ଧି ବାହାରିଥିବା ଜଣାଯାଏ।*

*ତାଙ୍କ ସ˚ପର୍କରେ ଆଉ କିଛି ଜଣା-ଅଜଣା କଥା। ସେ କେମ୍ବ୍ରିଜ୍‌ର ହାରୋ ଓ ଟ୍ରିନିଟି କଲେଜ୍‌ରେ ପଢ଼ୁଥିବା ବେଳେ ସହପାଠୀଙ୍କ ମଧ୍ୟରେ ‘ଜୋ ନେହରୁ’ ଭାବେ ପରିଚିତ ଥିଲେ। ୧୯୩୪ରେ ଜେଲ୍‌ରେ ବନ୍ଦୀ ଥିବା ବେଳେ ସେ ନିଜର ଆତ୍ମ-ଚରିତ ‘ଟୁଆର୍ଡ‌୍‌ସ ଫ୍ରିଡମ୍‌’ ରଚନା କରିଥିଲେ। ୧୯୩୬ରେ ଏହା ଆମେରିକାରୁ ପ୍ରକାଶିତ ହୋଇଥିଲା। ତାଙ୍କ ଦ୍ବାରା ରଚିତ ଅନ୍ୟ ପ୍ରସିଦ୍ଧ ପୁସ୍ତକ ‘ଗ୍ଲିମ୍ପ୍‌ସ ଅଫ୍‌ ଵାର୍ଲ‌୍‌ଡ ହିଷ୍ଟ୍ରି’ ମୋଟ ୧୪୬ଟି ପତ୍ରର ସମାହାର। ପତ୍ରଗୁଡ଼ିକ ସେ କନ୍ୟା ଇନ୍ଦିରାଙ୍କ ପାଖକୁ ଲେଖିଥିଲେ। ନେହରୁ ଗୋଟିଏ ପୁତ୍ର ସନ୍ତାନର ଜନକ ମଧ୍ୟ ଥିଲେ। ତେବେ, ଶିଶୁଟି ମାତ୍ର ଏକ ସପ୍ତାହ ବଞ୍ଚିପାରିଥିଲା। ୧୯୪୯ରେ ଜାପାନ ଗସ୍ତ ବେଳେ ସେଠାକାର ଶିଶୁଙ୍କୁ ସେ ହାତୀଟିଏ ଉପହାର ଦେଇଥିଲେ। ତାହାର ନାମ ଥିଲା ‘ଇନ୍ଦିରା’। ସେ ନିୟମିତ ଧୂମପାନ କରୁଥିଲେ। ତାଙ୍କ ପ୍ରିୟ ବ୍ରାଣ୍ତ୍‌ ଥିଲା  ତ୍ରିପଲ୍‌ ଫାଇଭ୍‌ ସିଗାରେଟ୍‌। ନେହରୁଙ୍କ ନାମରେ ଦିଲ୍ଲୀ, ମୁମ୍ବଈ, ବେଙ୍ଗଲୁରୁ, ପୁଣେ ଓ ଇଲାହାବାଦରେ ପ୍ଲାନେଟୋରିଅମ୍‌ ଅଛି।*


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ