-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2020
ବରଗଡ଼, (ମୁକୁନ୍ଦ ଦାସ) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନରେ ଥିବା ଆଇସିଡିଏସର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ବେନିୟମିତତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସ ଠାରେ ଆଜକୁ ୧୦ ଦିନ ହେଲାଣି ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କର ସଦସ୍ୟ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଆଇସିଡିଏସ୍ ପକ୍ଷରୁ ଗତ ଫେବୃୟାରୀ ମାସରେ ଛତୁଆ ତିଆରି ଏବଂ ବଣ୍ଟନ ପାଇଁ ଆବେଦନ କରିବାକୁ ସ୍ବୟଂ ସହାୟିକା ମାନଙ୍କୁ ନୋଟିସ ଦିଆଯାଇଥିଲା । ପରେ କରୋନା ଯୋଗୁଁ ଲକ ଡାଉନ ହୋଇଥିବାରୁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନ ଜଣାଇ ବିନା ଯାଞ୍ଚରେ ଛତୁଆ ତିଆରି ପାଇଁ ଅନ୍ୟ ଗୋଷ୍ଠୀଙ୍କୁ ଫେକ ବିଲ କରି ଦର୍ଶାଇ ଛତୁଆ ତିଆରି ପାଇଁ ଚୟନ କରାଯାଇଥିଲା । ତେଣୁ ଆଜି ପର୍ୟ୍ୟନ୍ତ ପ୍ରଶାସନ ପଦକ୍ଷେପ ନେଇ ନଥିବାରୁ ଧାରଣା ଜାରି ରହିଛି । ଆଜି ବରଗଡ଼ ପିଡି ଧାରଣାରେ ପହଞ୍ଚି ଧାରଣା ବନ୍ଦ କରିବାକୁ କହିଥିଲେ କି ଅନ୍ୟ ଦଳର ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ଜାନକୀ ବେହେରା ହାଇକୋର୍ଟରେ ଫାଇଲ କରିଥିଲେ । ହାଇକୋର୍ଟ ସେହି ବିଷୟରେ ଫଇସଲା କରି ବରଗଡ଼ କଲେକ୍ଟରଙ୍କୁ ଜଣାଇ ଦେଇଛନ୍ତି । କଲେକ୍ଟର ସେହି ବିଷୟରେ ନିଜେ ଡିସିଜନ ନେଇ ଜଣାଇବେ । କିନ୍ତୁ ଧାରଣାରେ ବସିଥିବା ସଦସ୍ୟା ମାନଙ୍କୁ ମଧ୍ୟରୁ ଲଳିତା ଗଡତିଆ,ତେଜବାଇ ଦାସ,ମାଧୁରୀ ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟା ପ୍ରମୁଖ ପିଡି ମହାଶୟକୁ ଲିଖିତ ଆକାରରେ ମନ୍ତବ୍ୟ ଦେଲେ ଆମେ ଧାରଣାରୁ ଉଠିବୁ ବୋଲି କହିଥିଲେ ।