-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
ନର୍ଲା (ସଞ୍ଜିବ ଦାସ)
ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୨୦୨୧-୨୨ ଶିକ୍ଷା ବର୍ଷର ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ଼ ଶିଶୁ ମନ୍ଦିରର ଛାତ୍ରୀ କୁମାରୀ ତେଜସ୍ଵିନି ସୋନି ଉତ୍ତୀର୍ଣ୍ଣ ହୋଇ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ସ୍କୁଲରେ ଶିକ୍ଷାଦାନ ବନ୍ଦ ଥାଇ ମଧ୍ୟ ସେ ଏହି ପରୀକ୍ଷାରେ ସର୍ବାଧିକ ୮୬ ପ୍ରତିଶତ ନମ୍ବର ରଖିଛନ୍ତି । ପ୍ରଧାନ ଗୁରୁଜି ଶ୍ରୀଯୁକ୍ତ ଦାସରଥି ପଣ୍ଡା ଓ ଅନ୍ୟ ଗୁରୁଜୀ,ଗୁରୁମା ଅକ୍ଲାନ୍ତ ପରିଶ୍ରମ ତଥା ଉଦ୍ୟମ ଓ ସଂପୃକ୍ତ ଛାତ୍ରୀଙ୍କ ପାଠପଢ଼ାରେ ନିଷ୍ଠା ଏବଂ ସଠିକ ଦିଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି
ସୂଚନାଯୋଗ୍ୟ ଯେ ସଂପୃକ୍ତ କୃତି ଛାତ୍ରୀ ତେଜସ୍ଵନି ସୋନି ହେଉଛନ୍ତି ଶ୍ରୀ ପ୍ରତାପ ସୋନି ଓ ଶ୍ରୀମତୀ ରେଣୁକା ଦାସ ଙ୍କ ଏକ ମାତ୍ର କନ୍ୟା ।ତାଙ୍କର ଏହି ସଫଳତା ପଛରେ ବାପା, ମା ଓ ରୁପ୍ରା ରୋଡ଼ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ,ଗୁରୁମା ତଥା ଶିଶୁ ମନ୍ଦିରର ପରିବାର ଭିତରେ ଖୁସି ର ଲହର ଖେଳିଯାଇଛି।