-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ମହାନଦୀ ପୋଲ ଉପରେ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ ଜଣ ଙ୍କ ମୃତ୍ୟୁ ହେଇଯାଇଛି ଓ ୫ ଜଣ ଗୁରୁତର ହୋଇଛନ୍ତି ।ସମସ୍ତ ଗୁରୁତର ଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲ୍ଲ। ବଡ଼ମେଡ଼ିକାଲ କୁ ସ୍ଥାନାନ୍ତର ଓ ପରେ ସେଠାରୁ କେତେ ଜଣ ଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ଉଲୁଣ୍ଡା ବ୍ଲକ ନିମ୍ନ। ଗାଁ ରୁ ବିନିକା
ବ୍ଲକ କୌଡ଼ିଆମୁଣ୍ଡା ଗାଁ କୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ ଓ ଭୋଜି ଖାଇ ରାତି ୧୨.୩୦ରୁ ୧ଟା ମଧ୍ୟରେ ଫେରିବା ସମୟରେ ମହାନଦୀ ପୋଲ ମଝିରେ ଦୁର୍ଘଟଣା ଘଟିଛି । ପୂର୍ବ ଦିନରୁ ବ୍ରିଜ ଉପରେ ଏକ ଅଟୋ ବ୍ରେକ ଡାଉନ୍ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଗୁରୁତର ମାନେ ହେଲେ ପ୍ରମୋଦ ହୋତା , ଅମିତ୍ ବାଘ ,ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ
ପାଣ୍ଡିଆ,ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି l ଆଗକୁ ବ୍ରେକ ଡାଉନ ଗାଡି ସବୁ ରାସ୍ତା ଉପରେ ବେଶୀ ସମୟ ନ ରଖିବା କୁ ଏବଂ ବ୍ରେକ ଡାଉନ ଗାଡି ସବୁ କୁ ରାସ୍ତା ଉପରୁ ଶୀଘ୍ର ହଟାଇ ରାସ୍ତା କ୍ଳିଅର ରଖିବା କୁ ସହର ବାସୀଙ୍କ ପକ୍ଷରୁ ପୋଲିସ ପ୍ରଶାସନ କୁ ଦାବୀ ହୋଇଛି l