-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
କର୍ଲାମୁଣ୍ଡା:( ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ରେ ଥିବା ଦୁଇଟି ଜିଲ୍ଲା ପରିଷଦ ଜୋନ ପାଇଁ ଶୁକ୍ରବାର ବିଜେଡି ଦଳ ପକ୍ଷରୁ ଦୁଇ ସରପଞ୍ଚ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି। ବ୍ଲକ ର କ ଜୋନ୍ ପାଇଁ ବିଜେଡି ପ୍ରାଥି ରାଜପୁର ପଂଚାୟତ ସରପଞ୍ଚ ମହେନ୍ଦ୍ର ରଣା ଓ ଖ ଜୋନ୍ ପାଇଁ ବିଜେଡି ପକ୍ଷରୁ ସରଗୁଲ ମାଲପଡା ପଂଚାୟତ ସରପଞ୍ଚ ସଂଯୁକ୍ତା ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଖ ଜୋନ୍ ରୁ ବିଜେପି ପ୍ରାଥିନି ଜୟନ୍ତି ସାହୁ ଓ କ ଜୋନ୍ ପାଇଁ ବିଜେପି ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନବୀନ କୁମାର ରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।