-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ସୁବର୍ଣ୍ଣପୁର ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଇଛି l ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଜିଲ୍ଲାରେ ଧାନ ଚାଲାଣ ରେ ଲିପ୍ତ ଅସାଧୁ ବ୍ୟବସାୟୀ, ପେକ୍ସ କର୍ମଚାରୀ,ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲାର ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ପ୍ରାୟ ପ୍ରତ୍ୟେକ ଦିନ ବାହାର ଜିଲ୍ଲାରୁ ଜିଲ୍ଲାର ବିଭିନ୍ନ ମଣ୍ଡି କୁ ଅସାଧୁ ବ୍ୟବସାୟୀ ମାନଙ୍କ ଦ୍ୱାରା ଚାଲାଣ ଧାନ ବୋଝେଇ ଗାଡି ଗୁଡିକୁ ଚଢ଼ାଉ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l ବର୍ତ୍ତମାନ ଜିଲ୍ଲା ମଧ୍ୟକୁ ଅସାଧୁ ବ୍ୟବସାୟୀ ଙ୍କ ଦ୍ୱାରା ବାହାର ଜିଲ୍ଲାରୁ ଧାନ ଚୋରା ଚାଲାଣ ହୋଇ ଜିଲ୍ଲାର ବିଭିନ୍ନ ପେକ୍ସ ,ତଥା ମହିଳା ସ୍ୱୟଂ ସହାୟକଙ୍କ ଦ୍ୱାରା ପରିଚାଳିତ ମଣ୍ଡି ମାଧ୍ୟମରେ ବେନିୟମ ବିକ୍ରି ପାଇଁ ଆସୁଥିବାର ଖବର ଜିଲ୍ଲା ପ୍ରଶାସନର ନଜର କୁ ଆସୁଛି l ଏହାକୁ ଦୃଷ୍ଟି ରେ ରଖି ପ୍ରଶାସନ ତରଫରୁ ସ୍କ୍ୱାର୍ଡ ପେଟ୍ରୋଲିଙ୍ଗ ଓ ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡିକୁ ସମ୍ପୃକ୍ତ ଅଧିକାରୀ ଙ୍କ ଦ୍ୱାରା 24ଘଣ୍ଟିଆ ତୀକ୍ଷ୍ଣଣ ନଜର ରଖାଯାଇଛି l ଜିଲ୍ଲାରେ ଧାନ କିଣା ବିକା ପ୍ରକ୍ରିୟାକୁ ଶେଷ ପର୍ଯ୍ୟନ୍ତ ବ୍ୟବସ୍ଥିତ ରଖିବା ତଥା ଅସାଧୁ ଓ ବେନିୟମ ଧାନ ଚାଲାଣ କୁ ରୋକିବା ଉପରେ ପ୍ରଶାସନ ତରଫରୁ ଆଗକୁ ଆହୁରି କଠୋର ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି l