-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
ବଲାଙ୍ଗିର ,ବଲାଙ୍ଗୀର ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । କ୍ଲିନ କ୍ରିମିନାଲ, ଗ୍ରୀନ କ୍ରିମିନାଲ ପରି ସ୍ୱତନ୍ତ୍ର ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରିବା ସତ୍ୱେ ଅପରାଧିକ କାର୍ଯ୍ୟ କଳାପ ଦେଖାଯାଉଛି । ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲାର ମାଲପଡ଼ା ରେ ଗତ ଶୁକ୍ରବାର ରାତିରେ ପିକୁନ ଦଣ୍ଡସନା ନାମକ ଜଣେ ଯୁବକଙ୍କୁ ଖଣ୍ଡା ରେ ଆକ୍ରମଣ ଗୋଡେଇ, ଗୋଡେଇ କରିବା ସହ ଖଣ୍ଡା ଚୋଟ ରେ ଗୁରୁତର ଆହତ କରି ରକ୍ତାକ୍ତ କରି ଦେଇ ସେ ମରିଗଲା ଭାବି ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ସହ ମୋବାଇଲ ରେ ଉକ୍ତ ଗୁରୁତର ଙ୍କ ଭିଡ଼ିଓ ଘଟଣା ସ୍ଥଳରୁ ଭାଇରାଲ କରାଯାଇଥିବା ଜଣାପଡ଼ିଛି । ସହର ର ମାଲପଡ଼ା ନିବାସୀ ଉକ୍ତ ପିକୁନ ନାମକ ଜଣେ ଯୁବକ ରାସ୍ତା ରେ ନିଜ ଘରକୁ ଫେରିବା ବେଳକୁ ତାଙ୍କୁ ଉକ୍ତ ଆହତ ପିକୁନ କୁ ଖଣ୍ଡା ଚୋଟ ରେ ପ୍ରାୟ ଚାରି,ପାଞ୍ଚ ଜଣ ମିଳିତ ଭାବେ ଆକ୍ରମଣ କରିଥିବା ବେଳେ ପୋଲିସ ତଦନ୍ତ ଚଳାଇ ଥିବା ଓ କିଛି ଯୁବକ ଙ୍କୁ ଅଟକ ରଖିଥିବା ଜଣାଯାଇଛି । ଉକ୍ତ ଆହତ ଙ୍କୁ ସ୍ଥାନୀୟ ଭୀମଭୋଇ ମ୍ୟାଡିକାଲ କଲେଜ ଡାକ୍ତରଖାନାରେ ସ୍ଥାନୀୟ ଲୋକେ ଭର୍ତ୍ତି କରାଯାଇ ଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତର ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ଉକ୍ତ ଅଭିଯୁକ୍ତ ମାନେ କାହିଁକି ଓ କେଉଁ କାରଣରୁ ଏପରି ଆକ୍ରମଣ କରିଥିଲେ ତାହା ସୂଚନା ମିଳିପାରିନି ।