-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Jan-2022
କଳାହାଣ୍ଡି (ପ୍ରେରଣା ଖବର ବ୍ୟୁରୋ) : ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ର ଆରମ୍ଭ ହୋଇଯାଇଛି l ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଜୋନ ୧ ବୋର୍ଡ଼l ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେଁପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରାଜେଶ ପ୍ରସାଦ ସାହୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ପାର୍ଥୀପତ୍ର ଦାଖଲ କରିଛନ୍ତି l ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ, ଭବାନୀ ଶଙ୍କର ମିଶ୍ର,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,ରାଜ୍ୟ ପରିଷଦ ସଦସ୍ୟ ଡ଼.ଭବାନୀ ଶଙ୍କର ନିଆଲ,ଜିତେନ୍ଦ୍ର ମହାନ୍ତି,ଆଦିତ୍ୟ ନନ୍ଦ,ସଚିଦାନନ୍ଦ ମହାକୁଡ଼,ବାବୁଲି ମଣ୍ଡଳ,ଜାକିର ହୁସେନ,ଅଭିନାଶ ଠାକୁର,ସୁରେନ୍ଦ୍ର ପ୍ରଧାନ, କୁନା ଯୁଆଡ ଏବଂ ବିଜେଡି ସମର୍ଥକଙ୍କ ଉପସ୍ଥିତି ରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l
ତେବେ ନିଜ ଅଞ୍ଚଳରେ ବିଶେଷ ଭାବେ ସରକାରୀ ଯୋଜନା ସବୁକୁ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଂଚାଇବା ପାଇଁ ଅହରହ କାର୍ଯ୍ୟ କରିବେ ବୋଲି ଜନସାଧାରଣଙ୍କ ଆର୍ଶୀବାଦ କାମନା କରିଛନ୍ତି ଶ୍ରୀଯୁକ୍ତ ରାଜେଶ ପ୍ରସାଦ ସାହୁ l ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱକୁ ଆଗେଇ ନେବେ ବୋଲି ଶ୍ରୀଯୁକ୍ତ ରାଜେଶ ପ୍ରସାଦ ସାହୁ ମତ ପ୍ରକାଶ କରିଛନ୍ତି l