-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ଗଞ୍ଜାମ :ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନୁଆଁ ନୁଆଁ ମୁହଁ ମାଇଦାନ ରେ ଦେଖିବାକୁ ମିଳୁଛି । ଉଚ୍ଚ ଶିକ୍ଷିତ ଏବଂ ଯୁବ ସୁଲଭ ମାନେ ଏବେ ଲୋକଙ୍କ ସେବା ପାଇଁ ବଡ଼ ଆଗ୍ରହ ଦେଖାଇଛନ୍ତି । କିଏ ଚାକିରୀ ଛାଡି ସୁଦୂର ରାଜ୍ୟରୁ ଫେରୁଛି ତ କିଏ ଉଚ୍ଚଶିକ୍ଷିତ ହୋଇ ନିଜ ଗ୍ରାମ ଲୋକଙ୍କ ଦୁଃଖସୁଖ ରେ ଭାଗିଦାରୀ ହେବା ଲକ୍ଷନେଇ ରାଜନୀତି ମୈଦାନରେ ନିଜ ନାମାଙ୍କନ ଦାଖଲ କରୁଛନ୍ତି । ସେହିଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଢଉଗାଁ
ଗ୍ରାମପଞ୍ଚାୟତରେ । ସରପଞ୍ଚ ଲାଗି ନାମାଙ୍କନ ଦାଖଲ କରିଥିବା ଦିଲ୍ଲୀ ରେ ସାମ୍ବାଦିକ କାଯ୍ୟ କରୁଥିବା ସୁନାମୋହି ଗ୍ରାମର ରଶ୍ମିତା ପ୍ରଧାନ ଙ୍କୁ ନେଇ ଏବେ ଚର୍ଚ୍ଚାର ବିଷୟ ହୋଇଛି l ଭୁବନେଶ୍ୱର ଉତ୍କଳ ୟୁନିଭରସିଟି ରେ MJMC ଶିକ୍ଷା ସମାପ୍ତି ପରେ ଲମ୍ବା ଭବିଷ୍ୟତ ନେଇ ଦିଲ୍ଲୀରେ ସାମ୍ବାଦିକତାରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ସେବାକୁ ପରମ ଧର୍ମ ଭାବି ରଶ୍ମିତା ନିଜ କର୍ମକୁ ଦୁରେଇ ରାଜନୀତି ରେ ପାଦ ଥାପିଛନ୍ତି l ଆଶାଅଛି ଅଞ୍ଚଳର ଜନସାଧାରଣ ଥରେ ସରପଞ୍ଚ ଭେବେ ସୁଯୋଗ ଦେବେ ଓ ଲୋକଙ୍କ ସୁଖଦୁଃଖ ରେ ଭାଗିଦାରୀ ହେବେ l