-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
21-Jan-2022
ବଲାଙ୍ଗିର(ପ୍ରେରଣା ଖବର) ଦେଓଗାଁ ବ୍ଲକ ମହଲେଇ ଖେଳ ପଡିଆରେ ସତ୍ୟସାଇ କ୍ରିକେଟ କମିଟି ପକ୍ଷରୁ ଚାଲିଥିବା ୧୫ତମ ପାର୍ଥ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଫାଲନାଲରେ ମହଲେଇ ସହିତ ବଡଙ୍ଗୋମୁଣ୍ଡା ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।
ଏଥିରେ ବଡଙ୍ଗୋମୁଣ୍ଡା କ୍ରିକେଟ ଦଳ ଚାମ୍ପିୟାନ ହୋଇଥିବା ବେଳେ ମହଲେଇ ଦଳ ରନର୍ସଅଫ୍ ହୋଇଥିଲେ । ଉଦ୍ଯାପନି ଉତ୍ସବରେ ଆନ୍ତର୍ଜାତିକ କରାଟେ ସ୍ୱର୍ଣ୍ଣପଦକ ବିଜେତା ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ଦିନେଶ ଦାସ ଓ ପୂର୍ବତନ ଦେଓଗାଁ ବ୍ଲକ
ଚେୟାରମେନ କୈଳାସ ତାଣ୍ଡି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ । ଏସ୍ଏସ୍ସିସି କମିଟିର ସଭାପତି ରୋହିତ ବିଶ୍ୱାଲ, ପ୍ରଶାନ୍ତ ବିଶ୍ୱାଲ, ସୁନିଲ ବିଶ୍ୱାଲ, ଆଲୋକ ସାହୁ, ଲୋକେଶ ମେହେର, ବୁଲୁ ରଣା, ଅଭି ରଣା, ବିମଲ ପଧାନ, ବୈରାଗି ବାଙ୍କା ତଥା ଏସ୍ଏସ୍ସିସି କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।