-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ସୁବର୍ଣ୍ଣପୁରତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି I 17 ତାରିଖରୁ 21 ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ I ସରକାରଙ୍କ କୋଭିଡ
ମାର୍ଗଦର୍ଷିକା ପାଳନକରି ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ରେ ନାମାଙ୍କନପତ୍ର ଦାଖଲ ଆରମ୍ଭ କରିଦେଇଛନ୍ତି I 2ୟ ଦିନରେ ଜିଲ୍ଲାରେ ସମୁଦାୟ 176 ଗୋଟି ବିଭିନ୍ନ ପଦ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ରୁ ଜଣାପଡିଛି l ଏହି କ୍ରମରେ ସୋନପୁର ବ୍ଲକ ରେ 23 ଜଣ ୱାର୍ଡମେମ୍ବର,02 ଜଣ ସରପଞ୍ଚ ,ଉଲୁଣ୍ଡା ବ୍ଲକରେ 28ଜଣ ୱାର୍ଡମେମ୍ବର, 04 ଜଣ ସରପଞ୍ଚ,03 ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକ ରେ 25 ଜଣ ୱାର୍ଡମେମ୍ବର,05 ଜଣ ସରପଞ୍ଚ ଓ 01 ଜଣ ସମିତି ସଭ୍ଯ, ଡୁଙ୍ଗୁରିପାଲି ବ୍ଲକ ରେ 24ଜଣ ୱାର୍ଡମେମ୍ବର,04 ଜଣ ସରପଞ୍ଚ,03 ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ 18 ଜଣ ୱାର୍ଡମେମ୍ବର,01 ଜଣ ସରପଞ୍ଚ,01ଜଣ ସମିତି ସଭ୍ୟ ଓ ବିନିକା ବ୍ଲକ ରେ 30 ଜଣ ୱାର୍ଡମେମ୍ବର,01ଜଣ ସରପଞ୍ଚ,02 ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି l ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନଥିବା ବେଳେ ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜଣେ (01) ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି l