-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ବାଇକ ଭାରସାମ୍ୟ ହରାଇ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ହେଲେ କଣ୍ଟାବାଞ୍ଜି ସିଙ୍ଗଲ ପଦାର
କବି ପୁଟେଲ ଏବଂ ପ୍ରଦୀପ ରାଉଳ । କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡ଼ାକ୍ତରଖାନା ପଠାଇ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ଘଟଣା ସ୍ଥଳକୁ ଦେଖିଲେ ଏହି ଦୁର୍ଘଟଣା ରାତି
ସମୟରେ ହୋଇଥିବା ସନ୍ଦେହ କରାଯାଉଛି । ଗୋଟିଏ ବାଇକରେ ଦୁଇ ଜଣ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିବା ବେଳେ ରାସ୍ତା ପାର୍ଶ୍ଵରେ ଥିବା ରୋଡ଼ ଡିଭାଇଡର ରେ ବାଡେଇ ହୋଇ ବାଇକ ଚାଷ ଜମିକୁ ପସିଯାଇଛି । ପ୍ରାୟ ୬ ରୁ ଅଧିକ ସିମେଣ୍ଟ ରେ ତିଆରି ରଡ଼ ଡିଭାଇଡର ଭାଙ୍ଗି ଥିବାରୁ ଜଣାଯାଉଛି ଯେ ଦୁର୍ଘଟଣା କେତେ ଭୟଙ୍କର ହୋଇଥିବ ।