-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ଦିଲ୍ଲୀ (ପ୍ରେରଣା ଖବର) - ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି। ଯେଉଁ ସହରରେ ପ୍ରଦୂଷଣ ସ୍ତର ମଧ୍ୟମ ସେଠାରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ। ସେଠାରେ ମାତ୍ର ଦୁଇ ଘଣ୍ଟା ପାଇଁ ସବୁଜ ବାଣ ବିକ୍ରି ଓଫୁଟାଯାଇ ପାରିବ ବୋଲି ଏନ୍ଜିଟି ଅନୁମତି ଦେଇଛନ୍ତି!!ବାଣଫୁଟା ଯୋଗୁ ବାୟୁ ପ୍ରଦୂଷଣ ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏକ ପିଟିସନ୍ ଦାଖଲ ହୋଇଥିଲା। ଏହାପରେ ଏନ୍ଜିଟି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ବାୟୁ ପ୍ରଦୂଷଣରେ ଲଗାମ ଲଗାଇବାକୁ ଗତବର୍ଷ ଭଳି, ଏବର୍ଷ ମଧ୍ୟ ବାଣ ମୁକ୍ତ ଦୀପାବଳି ପାଳନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଆହ୍ୱାନ ଦେଇଥିଲେ। ଗତବର୍ଷ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ଦିଲ୍ଲୀରେ ସରକାରଙ୍କ ପକ୍ଷରୁ ସେଣ୍ଟ୍ରାଲ୍ ପାର୍କରେ ମେଗା ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ ଆୟୋଜନ କରାଯାଇଥିଲା!!