-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ଗଜପତି (ପ୍ରେରଣା ଖବର) - ଅହିରାଜଟି ସ୍କୁଲ ସମ୍ମୁଖ ଡ୍ରେନ ରେ ଦୁଇ ଦିନ ଧରି ରହିଥିଲା, ଏହାପରେ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ। ୦୮ ନଭେମ୍ବର ସନ୍ଧ୍ୟା ସମୟରେ ବ୍ରହ୍ମପୁର ସଦସ୍ୟ ଖବର ପାଇବା ପରେ ତା ପରଦିନ ସକାଳୁ ସାପଟିକୁ ଉଦ୍ଧାର କରିବା ନିମନ୍ତେ ସହଯୋଗୀଙ୍କ ସହ ପହଞ୍ଚି ଥିଲେ। ସାପଟିକୁ ଉଦ୍ଧାର କରିବା ପାଇଁ ଅଧ ଘଣ୍ଟାଏ ସମୟ ଲାଗିଥିଲା। ଉଦ୍ଧାର କାର୍ଯ୍ୟ ରେ ଶ୍ରୀକାନ୍ତ ନାହାକ, ସ୍ୱାଧୀନ ସାହୁ, ଶୁଭମ ସାହୁ, ଶ୍ରୀକାନ୍ତ ସାହୁ ନିୟୋଜିତ ଥିବାବେଳେ ବନ କର୍ମଚାରି ସୌଦାମିନୀ ପଟ୍ଟନାୟକ, ପ୍ରଭାକର ପ୍ରମୁଖ ସହଯୋଗ କରିଥିଲେ। ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଯାଇଥିଲା।