-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ୨ୟ ଦିନରେ ମଧ୍ୟରେ ହଟ୍ଟଗୋଳ ଦେଖାଯାଇଛି। ଅପରାହ୍ନ ଅଧିବେଶନ ଆରମ୍ଭ ହେବା ଠାରୁ ବିରୋଧୀ ଦଳର ନେତା ହଟ୍ଟଗୋଳ କରିଥିଲେ। ଗୃହର ମଧ୍ୟ ଭାଗରେ ଆସି ବିଜେପି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ। ଏହା ସହ ବାଚସ୍ପତି ଙ୍କ ପୋଡିୟମ୍ ଆଗରେ ପ୍ରବଳ ହଟ୍ଟଗୋଳ କରିବାସହ ନାରାବାଜି କରିଥିଲେ । ହଟ୍ଟଗୋଳ ମଧ୍ୟରେ ବିଭିନ୍ନ ବିଭାଗର ସରକାରୀ କାଗଜପତ୍ର ଉପସ୍ଥାପନ କରାଯାଇଥିଲା। ଗୃହରେ ଅସ୍ବାଭାବିକ ପରିସ୍ଥିତି ଉପୁଜିିବାରୁ ଗୃହକୁ ଆସନ୍ତାକାଲି ୧୦ ଟା ୩୦ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)