-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ବରଗଡ:-କଥାରେ ଅଛି ସରକାରୀ କା ମାଲ୍ ଦରିଆ ମେ ଡାଲ୍ lବରଗଡ ବାନ୍ଦୁଟିକ୍ରା ସ୍ଥିତ ହୋଣ୍ଡା ସୋରୁମ୍ ଠାରୁ ଶିବ ମନ୍ଦିର ନାଳା ପର୍ଯ୍ୟନ୍ତ ଦିର୍ଘ ତିନି ବର୍ଷ ପୂର୍ବରୁ ସହରର ନାଳ ନର୍ଦ୍ଦମା ର ପାଣି ନିଷ୍କାସନ ସକାଶେ ହୋମ ପାଇପ୍ ବିଛାଯାଇଥିଲା lକିନ୍ତୁ ସ୍ୱୟସିଦ୍ଧା ଭବନ ସମ୍ମୁଖରେ ପାଇପ ବିଛା ନ ଯାଇ ଅଯଥା ଟାରେ ହୋମ ପାଇପ୍ ପଡ଼ି ଖତ ହୋଇ ସାରିଲାଣି l ତାହା ମାଟି ତଳେ ମଧ୍ୟ ପୋତି ହୋଇ ସାରିଛି l ବରଗଡ
ମ୍ୟୁନିସିପାଲିଟି ରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ହୋମ ପାଇପ୍ କାର୍ଯ୍ୟ ଏମିତି କଣ ମାଟିରେ ମିଶିଯିବ କି ବୋଲି ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ କୁହାକୁହି ହେଉଥିବାର ଲକ୍ଷ କରାଯାଉଛି l କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ ଅଭିଯୋଗକାରୀ ମାନଙ୍କ କଥାକୁ କର୍ଣ୍ଣପାତ ନ କରିବା ଅର୍ଥ ବୁଝାପଡୁଛି ଏହିକି ସରକାରୀ କା ମାଲ୍ ଦରିଆ ମେ ଡାଲ୍ ନିତି କୁ ଆପଣାଇବାରେ ନିର୍ବାହୀ ଅଧିକାରୀ ବେଶ ଧୁରନ୍ଧର !