-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ରାଉରକେଲା(ପ୍ରେରଣା ଖବର ବ୍ୟୁରୋ) : ଗତକାଲି ବିଳମ୍ବିତ ରାତ୍ରୀରେ ମାଓବାଦୀ ମାନେ ଦକ୍ଷିଣ ପୂର୍ବ ରେଳ ପଥର ଚକ୍ରଧରପୁର ନିକଟ ଲୋଟା ପାହାଡ ଏବଂ ସୋନୁଆ ମଧ୍ୟରେ ଥିବା ରେଳ ଧାରଣା ରେ ଲ୍ୟାଣ୍ଡ ମାଇନ୍ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ଅନେକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ହାୱଡା ମୁମ୍ବାଇ ଟ୍ରେନ ଚଳାଚଳ ହୋଇପାରୁ ନ ଥିବାରୁ ଯାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିସ୍ପୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଟ୍ରେନ ଏହି ମାର୍ଗ ରେ ବିଳମ୍ବରେ ଚାଲିଛି । ଯୁଦ୍ଧ କାଳୀନ ଭିତ୍ତିରେ ରେଲ ଧାରଣା ମରାମତି କାର୍ଯ୍ୟ ଚାଲିଛି । ରାଉରକେଲା ଷ୍ଟେସନରେ କିଛି ଟ୍ରେନ ଅଟକି ଥିବା ବେଳେ ଟ୍ରେନ ଚଲାଚଲ ସ୍ଵାଭାବିକ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ମାଓବାଦୀ ନେତା କିଶନ ଏବଂ ତାଙ୍କ ପତ୍ନୀ ଶିଳା ମାରାଣ୍ଡିଙ୍କୁ ଗିରଫ ପ୍ରତିବାଦରେ ବିସ୍ପୋରଣ କରାଯାଇଥିବା ଚର୍ଚ୍ଚା ହେଉଛି । ରେଲୱେ ଆର ପି ଏଫ୍ ର ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।