-+91-9937148622 |

prerana_bgr@rediffmail.com |

  Saturday 13th June 2026 |

| | | |

R.N.I. Regd No. ODIODI/2010/46693

Breaking News

କଳା ସଂସ୍କୃତି ଭାଷା କ୍ଷେତ୍ରରେ ରୋମାନିଆ ରେ ଐତିହାସିକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର କଳାକାରଙ୍କୁ ଐତିହାସିକ ଓ ଭବ୍ୟ ସମ୍ବର୍ଦ୍ଧନା   (13-Jun-2026)       ||      ପୁଇଁନ୍ତଲା ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା, ଜନଅସନ୍ତୋଷ ବୃଦ୍ଧି   (13-Jun-2026)       ||      ଶ୍ରାଦ୍ଧବାର୍ଷିକୀରେ ସେବାର ନିଆରା ଦୃଷ୍ଟାନ୍ତ : ଡାକ୍ତରଖାନାକୁ ହ୍ୱିଲ୍ ଚେୟାର ପ୍ରଦାନ ଏବଂ ରୋଗୀଙ୍କୁ ଫଳ ବଣ୍ଟନ   (13-Jun-2026)       ||      ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ସାଖା ପକ୍ଷରୁ ସରପତ ବଣ୍ଟନ    (13-Jun-2026)       ||      ମହାନଦୀବିହାର ପେନ୍ସନର୍ସ ଆସୋସିଏସନ୍ ପକ୍ଷରୁ ସେବାକାର୍ଯ୍ୟ   (13-Jun-2026)       ||      ପାଟଣାଗଡ଼ ଓ ବେଲପଡା ପରେ ଖପ୍ରାଖୋଲ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ବିଜେଡ଼ି    (13-Jun-2026)       ||      ଅତାବିରା ନୂତନ ମାର୍କେଟ୍ କଂପ୍ଳେକ୍ସର ଭିତ୍ତିପ୍ରସ୍ଥର ସ୍ଥାପନ   (13-Jun-2026)       ||      ଅଖିଳ ଭାରତ ବ୍ୟବସାୟୀ ସଂଘ(କନଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସ୍ )ର ବଲାଙ୍ଗିର ଶାଖା ଉଦଘାଟିତ    (13-Jun-2026)       ||      ସମ୍ବଲପୁର ରେ ଆସନ୍ତା ଜୁନ 14 ତାରିଖ ରେ ଆୟୋଜନ ହେବ ସର୍ବଭାରତୀୟ ସମ୍ବଲପୁରୀ - ହିନ୍ଦୀ - ଉର୍ଦୁ କବି ସମ୍ମିଳନୀ ll ସମ୍ବର୍ଦ୍ଧିତ ହେବେ ବିଭିନ୍ନ ଭାଷା ର 5 ଜଣ ବିଶିଷ୍ଟ କବି ll   (13-Jun-2026)       ||      ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ   (13-Jun-2026)       ||      ଆଇପିପିଆଇ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ନିମନ୍ତେ ନଗର ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ଷ୍ଟପ ଡାଇରିଆ ଅଭିଯାନ-୨୦୨୬ ନିମନ୍ତେ ପ୍ରସ୍ତୁତି ବୈଠକ    (13-Jun-2026)       ||      ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ଅବସର ରେ ଜିଲ୍ଲପାଳ, ସମ୍ବଲପୁର ଙ୍କ କାର୍ଯ୍ୟଳୟ ଠାରୁ ଏକ ସଚେତନତା ରଥ ଏବଂ ୧୫ ଦିନ ବ୍ୟାପୀ ସଚେତନତା ଅଭିଯାନ ର ଶୁଭାରମ୍ଭ    (13-Jun-2026)       ||      ବଢ଼ୁଛି ଜମି ବିବାଦ♦️ ଜମି କିଣାବିକା ସହ ଠକାମୀରେ ଧୁରନ୍ଧର ଜମି ମାଫିଆ @ଔଷଧ ବ୍ୟବାସୟୀ, ଗାଇଁତଲାରେ ଜମି କିଣି ବିକ୍ରେତାଙ୍କୁ ଟଙ୍କା ଦେବା ବଦଳରେ ଦେଲେ ଧମକ    (12-Jun-2026)       ||      ବଲାଙ୍ଗୀର ଜିଲ୍ଲାର ତହସିଲ ଗୁଡିକରେ ଅଚଳାବସ୍ଥା ଯୋଗୁଁ ଲେକେ ହଇରାଣ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଂଘ    (12-Jun-2026)       ||      ଡୁମାଦୀ ଗ୍ରାମ ରେ‌ କ୍ଷତ୍ରିୟ ଧାକଡ ସମାଜ ର ବୈଠକ   (12-Jun-2026)       ||      *ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (12-Jun-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିସିଏ ଓ ବିବିଏ  ଟପ୍ପର ତାଲିକାରେ ଶୀର୍ଷ ସ୍ଥାନରେ ଯୁବୋଦୟର ଛାତ୍ରଛାତ୍ରୀ   (12-Jun-2026)       ||      *କପା ଚାଷ ର ଅଭିବୃଦ୍ଧି ନେଇ ଓଡ଼ିଶା କିଷାନ୍ କଂଗ୍ରେସ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ*-   (12-Jun-2026)       ||      ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରୋତ୍ ବଜାରରେ ଦହିପାଣି ବଣ୍ଟନ   (12-Jun-2026)       ||      ମୃତ୍ୟୁ ପରେ ବି ମିଳିଲାନି ନିଜ ଭିଟାମାଟିର ସୁଖ, ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (12-Jun-2026)       ||     

HOME   ମହାନଗର

ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ଆୟୋଜନ

27-Jun-2025



ରାୟପୁର(ପ୍ରେରଣା ଖବର):   ଏଠାକାର ଗାୟତ୍ରୀ ନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ମନ୍ଦିରରେ ବଢି ଭୋରରୁ  ବିଶେଷ ଅଭିଷେକ, ପୂଜାର୍ଚ୍ଚନା ଏବଂ ହୋମ ଯଜ୍ଞ ଆଦି କରାଯିବା ପରେ ଦିଅଁମାନଙ୍କୁ ରକ୍ତ ଚନ୍ଦନ, କେଶର, ଗୋଚରଣ, କସ୍ତୁରୀ ଏବଂ କର୍ପୁର ଦ୍ୱାରା ସ୍ନାନ କରାଯାଇ ଗଜାମୁଗ ଭୋଗ ଅର୍ପଣ କରାଯାଇଥିଲା।ଚଳିତ ବର୍ଷ ଏଠାରେ ରାୟପୁର ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଲକ୍ଷାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭକ୍ତମାନଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା। ଭକ୍ତ ଓ ଭଗବାନଙ୍କର ମହାମିଳନର ଏହି ମହାନ ପର୍ବକୁ କେନ୍ଦ୍ରକରି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। 
                                                      
ଦିନ ୧୧ ଟା୪୫ ମିନିଟ ସମୟରେ ମନ୍ଦିର ସାମନାର ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଙ୍ଗାରଙ୍ଗ ରଥ ଉପରକୁ ଠାକୁର ମାନଙ୍କର ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର ,ପରେ ପରେ ଦେବୀ ଶୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ରଥ ଉପରକୁ ନିଆ ଯାଇଥିଲା। ଉପସ୍ଥିତ ସେବାୟତ ଓ ଦର୍ଶକ ମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କର୍ତାଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ,ହରିବୋଲ ,ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଭାପତି ପୁରନ୍ଦର ମିଶ୍ର ଙ୍କର ତତ୍ୱାବଧାନରେ ସ୍ବେଚ୍ଛାସେବକମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ବ୍ୟାପକ ମାତ୍ରାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା
                                               
ଏଠାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ରଥ ଗୁଡିକ ସାମ୍ନାରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ତାଙ୍କୁ ସହଯୋଗ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ଯରେ ରାଜ୍ୟପାଳଙ୍କ ସହଧର୍ମିଣୀ ରାଣୀ ଡେକା କାକୋତି, ରାଜ୍ୟ ରାଜସ୍ୱ ମନ୍ତ୍ରୀ ଟଙ୍କରାମ ବର୍ମା, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବ୍ରିଜମୋହନ ଅଗ୍ରୱାଲ, ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସ୍ମୃତିସାଇ, ବିଧାୟକ ଗୁରୁ ଖୁସୱନ୍ତ ସାହାବ, ଧରମ ଲାଲ କୌଶିକ, ମୋତିଲାଲ ସାହୁ ଏବଂ ରାଜ୍ୟ ନାଗରିକ ଆପୂର୍ତ୍ତୀ ନିଗମ ଅଧ୍ୟକ୍ଷ ସଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।               

ଅପରାହ୍ନ ୩ଟା ସମୟରେ ତିନି ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ସୁନ୍ଦର ସୁଶୋଭିତ ରଥଗୁଡିକୁ ଗାୟତ୍ରୀ ନଗରରୁ ଟଣାଯାଇ ଏକ କିଲୋମିଟର ଦୂରବର୍ତ୍ତୀ ବି .ଟି. ଆଇ ମଇଦାନକୁ ନିଆଯାଇ ଶଙ୍କର ନଗର ଥାନା ରାସ୍ତା ଦେଇ ପୁଣି ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଥିବା ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତ କୃତ୍ୟ ଏବଂ ଭାବ ବିହ୍ଵଳ ହେଉଥିବାର ଦୃଶ୍ୟ ଅନୁପମ ଥିଲା।ସନ୍ଧ୍ୟା ୬.୩୦ମିନିଟ ସମୟରେ ଠାକୁରମାନଙ୍କୁ ତିନିରଥ ଉପରକୁ ପୁଣି ପହଣ୍ଡି କରାଯାଇ ମନ୍ଦିର ବେସମେଣ୍ଟରେ ଥିବା ମାଉସୀ ମା’ ଘରକୁ ନିଆ ଯାଇଥିଲା। ସେଠାରେ ଥିବା ସ୍ୱତନ୍ତ୍ର ସିଂହାସନରେ ଆସୀନ ହୋଇ ଚାରି ଦିଅଁ ଆସନ୍ତା ଜୁଲାଇ ୫ ତାରିଖର ବାହୁଡାଯାତ୍ରା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି।                                

ସମଗ୍ର ଆୟୋଜନକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର ସଂରକ୍ଷକ ବୃନ୍ଦ ଯଥା ସଭାପତି ପୁରନ୍ଦର ମିଶ୍ର, ସଦସ୍ୟ ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ଵାରିକାଧୀଶ ମିଶ୍ର,ଗୁଣନିଧି ମିଶ୍ର,ଅଶୋକ ଦୁବେ, ଲଳିତ ପ୍ରଧାନ ଓ ପ୍ରକାଶ ଦାସ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।ଚଳିତ ଥର ରଥଯାତ୍ରାର ସଫଳତା ପାଇଁ ରାୟପୁର ନଗର ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ ଭାଜପା ନେତା, କାର୍ଯ୍ୟକର୍ତ୍ତା ଓ କର୍ପୋରେଟର ବିଶେଷ କରି ଯୁବ ଓ ମହିଳା ସମ୍ପ୍ରଦାୟ ସବୁ ପ୍ରକାର   ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଳା ସଂସ୍କୃତି ଭାଷା କ୍ଷେତ୍ରରେ ରୋମାନିଆ ରେ ଐତିହାସିକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର କଳାକାରଙ୍କୁ ଐତିହାସିକ ଓ ଭବ୍ୟ ସମ୍ବର୍ଦ୍ଧନା   13-Jun-2026
  ଜିଲ୍ଲା  
ପୁଇଁନ୍ତଲା ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା, ଜନଅସନ୍ତୋଷ ବୃଦ୍ଧି   13-Jun-2026
  ଜିଲ୍ଲା  
ଶ୍ରାଦ୍ଧବାର୍ଷିକୀରେ ସେବାର ନିଆରା ଦୃଷ୍ଟାନ୍ତ : ଡାକ୍ତରଖାନାକୁ ହ୍ୱିଲ୍ ଚେୟାର ପ୍ରଦାନ ଏବଂ ରୋଗୀଙ୍କୁ ଫଳ ବଣ୍ଟନ   13-Jun-2026
  ଜିଲ୍ଲା  
ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ସାଖା ପକ୍ଷରୁ ସରପତ ବଣ୍ଟନ   13-Jun-2026
  ଜିଲ୍ଲା  
ମହାନଦୀବିହାର ପେନ୍ସନର୍ସ ଆସୋସିଏସନ୍ ପକ୍ଷରୁ ସେବାକାର୍ଯ୍ୟ   13-Jun-2026
  ଜିଲ୍ଲା  
ପାଟଣାଗଡ଼ ଓ ବେଲପଡା ପରେ ଖପ୍ରାଖୋଲ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ବିଜେଡ଼ି   13-Jun-2026
  ରାଜ୍ୟ  
ଅତାବିରା ନୂତନ ମାର୍କେଟ୍ କଂପ୍ଳେକ୍ସର ଭିତ୍ତିପ୍ରସ୍ଥର ସ୍ଥାପନ   13-Jun-2026
  ଜିଲ୍ଲା  
ଅଖିଳ ଭାରତ ବ୍ୟବସାୟୀ ସଂଘ(କନଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସ୍ )ର ବଲାଙ୍ଗିର ଶାଖା ଉଦଘାଟିତ   13-Jun-2026
  ଜିଲ୍ଲା  
ସମ୍ବଲପୁର ରେ ଆସନ୍ତା ଜୁନ 14 ତାରିଖ ରେ ଆୟୋଜନ ହେବ ସର୍ବଭାରତୀୟ ସମ୍ବଲପୁରୀ - ହିନ୍ଦୀ - ଉର୍ଦୁ କବି ସମ୍ମିଳନୀ ll ସମ୍ବର୍ଦ୍ଧିତ ହେବେ ବିଭିନ୍ନ ଭାଷା ର 5 ଜଣ ବିଶିଷ୍ଟ କବି ll   13-Jun-2026
  ରାଜ୍ୟ  
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ   13-Jun-2026
  ଜିଲ୍ଲା  
ଆଇପିପିଆଇ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ନିମନ୍ତେ ନଗର ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ଷ୍ଟପ ଡାଇରିଆ ଅଭିଯାନ-୨୦୨୬ ନିମନ୍ତେ ପ୍ରସ୍ତୁତି ବୈଠକ   13-Jun-2026
  ଜିଲ୍ଲା  
ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ଅବସର ରେ ଜିଲ୍ଲପାଳ, ସମ୍ବଲପୁର ଙ୍କ କାର୍ଯ୍ୟଳୟ ଠାରୁ ଏକ ସଚେତନତା ରଥ ଏବଂ ୧୫ ଦିନ ବ୍ୟାପୀ ସଚେତନତା ଅଭିଯାନ ର ଶୁଭାରମ୍ଭ   13-Jun-2026

You Might Also Like