-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Nov-2021
କେନ୍ଦୁଝର : କେନ୍ଦୁଝର ସଂସ୍କୃତି ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭର୍ଚୁଆଲରେ ଜିଲ୍ଲାବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପ୍ରଚାର ପ୍ରସାର ପାଇଁ ସହରରେ ନବୀନ ପଟ୍ଟନାୟକଙ୍କ ହୋଡିଂ ଲଗାଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନର ଖାମଖିଆଲି ଯୋଗୁଁ କାଶୀପୁର ନିକଟରେ ଲାଗିଥିବା ହୋଡିଂରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସ୍ୱାଗତ ଜଣାଉଥିବା ଏକ ହୋଡିଂ ଲାଗିଥିଲା। ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯେପରି ଗୁରୁତ୍ୱ ଦେବା କଥା ଦେଉନାହିଁ ବୋଲି ସହରରେ ଚର୍ଚ୍ଚା ହେଉଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)