-+91-9937148622 |
prerana_bgr@rediffmail.com |
Friday 30th October 2026 |
R.N.I. Regd No. ODIODI/2010/46693
Breaking News
30-Oct-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଏକ ପାଉଁଶ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକ ବଡ ଅଘଟଣ ଟଳି ଯାଇଛି । ଝାରସୁଗୁଡା ଅଂଚଳର ବିଭିନ୍ନ କଳାକାରଖାନାରୁ ନିର୍ଗତ ପାଉଁଶ ବାହାରୁଛି । ଉକ୍ତ ପାଉଁଶକୁ ସୋନପୁର ଜିଲ୍ଲା କେନ୍ଦପାଲି ନିକଟସୁ ବିଭିନ୍ନ ପଥର ଖାଦାନ ଗୁଡିକର ଖାଲରେ ପକାଲାକୁ ବଡ ବଡ ଟ୍ରକ, ହାଇଓ୍ବା ଗୁଡିକରେ ପ୍ରତ୍ୟେହ ଅଣାଯାଉଛି । ଏଥ୍ ଯୋଗୁଁ ଅନେକ ସମୟରେ ଏହି ଗାଡି ଗୁଡିକ ଦୂର୍ଘଟଣା ଘଟାଇବାର ଅନେକ ନଜିର ରହିଛି । ଏଫସିଆଇ ଛକ ନିକଟରେ ଗତ ମାସ ଦୁର୍ଘଟଣା ଯୋଗୁଁ ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏହାର ଗୋଟିଏ ସପ୍ତାହ ପରେ ସେହି ସ୍ଥାନରେ ପୁଣିଏକ ଯୁବ ଶ୍ରମିକ ଉପରକୁ ଗାଡି ଚଢି ଯିବାରୁ ମୃତ୍ୟୁ ହୋଇଥିଲା । ସେହିପରି ଏଫସିଆଇ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ବୈଦୁପାଲି ଛକ ପାଖରେ, ଚେରୁପାଲି ଏକ ହୋଟେଲ ନିକଟରେ ଦୁର୍ଘଟଣା ଯୋଗୁଁ ସେହି ଜମିର ଫସଲ ନଷ୍ଟ ହୋଇଥୁଲା । ଗତ ରାତିରେ ପାଉଁଶ ବୋଝେଇ ଗାଡି ଝାରସୁଗୁଡାରୁ କେନ୍ଦପାଲିକୁ ଯାଉଥିବା ବେଳେ ଚାଳକକୁ ନିଦ ମାଡି ଆସିଥୁଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣକୁ ମାଡି ଯାଇଥିଲା । ଫଳରେ ଏକ ଦୋକାନକୁ ଲାଗି ଷ୍ଟେଟ୍ ବ୍ୟାଙ୍କର ପାଚେରୀ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏକ ଲୁହାର ବିଦ୍ୟୁତ ଖୁଣ୍ଟ କୁ ଉପାଡି ଘୋଷାଡି ନେଇଥିଲା । ଏଥୁରୁ ଅନୁମାନ କରାଯାଏ ଯେ ଗାଡିଟି କେତେ ଦୃତ ଗତିରେ ଯାଉଥିଲା । ରାତି ସମୟ ହୋଇଥୁବାରୁ ସହର ଏବଂ ବ୍ୟାଙ୍କ ଖାଲି ରହିଥିଲା । ଫଳରେ ଅନେକ ଧନ ଜୀବନ ବଞ୍ଚି ଯାଇଥିଲା ।