-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଭଇଁଷା ଗ୍ରାମର ହିମାଂଶୁ ବେହେରାଙ୍କୁ ଫେକ୍ ଫେସବୁକ ଆଇଡି ଖୋଳି ଇଙ୍ଗିତ କରୁଥିବାରୁ ଥାନାରେ ଏତଳା ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ତମ୍ନା ପ୍ରଧାନ ନାମକ ଏକ ଫେକ୍ ଫେସବୁକ ଆଇଡି ଖୋଳି କେହି ଜଣେ ଭଇଁଷା ଗ୍ରାମର ହିମାଂଶୁ ବେହେରାଙ୍କୁ ଇଙ୍ଗିତ କରୁଥିବାରୁ ତାଙ୍କର ସମ୍ମାନହାନୀ ହେଉଛି ।
ଶ୍ରୀ ବେହେରା ଜଣେ ସମାଜସେବୀ ତଥା ପୂର୍ବତନ ହାଇସ୍କୁଲ ଶିକ୍ଷକ ଏବଂ ବର୍ତ୍ତମାନର ପାଟଣାଗଡ଼ ବ୍ଳକ ବିଜୁ ଜନତା ଦଳର ଉପସଭାପତି ଅଟନ୍ତି। ଅନେକ ଲୋକଙ୍କ ଠାରୁ କଟୂଭାଷା ଶୁଣିଲା ପରେ ସେ ଲଜ୍ଜିତ ହୋଇ ଆଜି ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି। ଉକ୍ତ ଘଟଣାର ତଦନ୍ତ କରି ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ବେହେରା ଗୁହାରି କରିଛନ୍ତି।