-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ରେଢ଼ାଖୋଲ(ଅନୀଲ ପୃଷ୍ଠି): ମନିଷ ଅନୁରାଗ (ଗୁଡ୍ଡୁ) ଙ୍କ ସ୍ମୃତିରେ ସାରା ଓଡିଶା ଫାଉଣ୍ଡେସନ ତରଫରୁ ଆଜିଠୁ ତିନିଦିନିଆ ଶିଶୁମେଳା ରେଢାଖୋଲର ସର୍ବପୂରାତନ ୧୯୪୭ରେ ସ୍ଥାପିତ ,ବିଦ୍ୟାଳୟ, ଗୌର ଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଉଦଘାଟିତ ହୋଇ ଯାଇଛି ।
ଶିଶୁମେଳାକୁ ସାରା ଓଡିଶା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ମାନିନୀ ମିଶ୍ର ଉଦ୍ଘାଟନ କରିଥିଲେ । ମନିଷ ଭାବୁଥିଲେ, ଆଦିବାସୀଙ୍କ ପାଖରେ ନିଜକୁ ନିଜେ ବାହି ନେବାକୁ ଖୁବ ଜ୍ଞାନ ଅଛି, ସେମାନେ ନିଜର ସରଳତାରେ ,ନିଜର କୌଳିକ ବିଦ୍ୟା ବୁଦ୍ଧିରେ ନିଜ ଜୀବନ ଯାପନ କରିପାରିବେ, ହେଲେ ଆଧୁନିକତା ସହ ତାଳ ଦେଇ ନିଜର ଲିଭିଙ୍ଗ ଷ୍ଟାଣ୍ଡାଡ ବଢେଇବାକୁ ହେଲେ, ନିଜ ପୁଅ ଝିଅଙ୍କୁ ଭଲରେ ପାଠ ପଢେଇବାକୁ,ନିଜ ପାଇଁ ସ୍ୱାସ୍ଥ୍ୟକର ପରିବେଷ ତିଆରିବାକୁ ଭଲ ରୋଜଗାରରବି ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ମିଶ୍ର କହିଥିଲେ ।
ଶିଶୁ ମେଳାରେ ସ୍ଥାନୀୟ ସବ ଡିଭିଜନ ହସପିଟାଲର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ରାମକୃଷ୍ଣ ପତି ନିଜେ ଉପସ୍ଥିତ ରହିଥିଲେ , ଉଚ୍ଚବିଦ୍ୟା ଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୈଳବାଳା ପ୍ରଧାନ,ଛାତ୍ର ଛାତ୍ରୀଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବାକୁ ଉତ୍ସାହିତ କରିଥିଲେ । ଖେଳ ଶିକ୍ଷକ ସୁକାନ୍ତ କୁମାର ପ୍ରଧାନ ରଙ୍ଗ ତୁଳି ଦେବା ସହ , ଶିଶୁଙ୍କୁ ବିଷୟ ବସ୍ତୁର ବିଭିନ୍ନ ଦିଗ ଉପରେ ସମ୍ୟକ ଧାରଣା ଦେଇଥିଲେ ।