-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2021
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜେ. ଇ କୃଷ୍ଣପ୍ରିୟା ମଣ୍ଡଳଙ୍କୁ ଲାଞ୍ଚ ନେବା ବେଳେ ଶନିବାର ସନ୍ଧ୍ୟା ସମୟରେ ବଲାଙ୍ଗୀର ଲାଲଟିକ୍ରା ର ଇରିଗେସନ କୋଲୋନୀ ଭଡା ଘରେ ଧରିଛି ବଲାଙ୍ଗୀର ଭିଜିଲାନ୍ସ ଟିମ। ଦୀର୍ଘ ୩ ବର୍ଷ ହେଲା ଦେଓଗାଁ ବ୍ଲକ ସିକୁଆଁ ଗାଁର ଲିଙ୍ଗରାଜ ସାହୁ ଗାଈ ଗୁହାଳ ତିଆରି କରି ଫାଇନାଲ ବିଲ ପାଇଁ ଜେ. ଇ ଙ୍କ ପାଖକୁ ଆସୁଥିଲେ। ୬୦ ହଜାର ଟଙ୍କା ବିଲ କରିବା ପାଇଁ ଦୀର୍ଘ ବର୍ଷ ଧରି ଜେ ଇ କୃଷ୍ଣପ୍ରିୟା ମଣ୍ଡଳ ତାଙ୍କୁ ହଇରାଣ କରୁଥିବା ବେଳେ ଆଜି କରିବା କାଲି କରିବା ବୋଲି ହଇରାଣ କରୁଥିଲେ ଜେ. ଇ କ୍ରିଷ୍ଣାପ୍ରିୟା ମଣ୍ଡଳ ଏନେଇ ସମ୍ଵଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା।ତଦନ୍ତ ଚାଳିଛି,ବଲାଙ୍ଗୀର ସହ ଦୁଇ ଟି ସ୍ଥାନରେ ଚଢ଼ାଉ ଜାରି କରାଯାଇଛି lତେବେ
ଗତକାଲି ସନ୍ଧ୍ୟାରେ ତାଙ୍କୁ କିଛି ଦେଇ ଫାଇଲ ନେଇକି ତାଙ୍କ ପାଖକୁ ଆସିବାକୁ କହିଥିଲେ ମହିଳା ଯନ୍ତ୍ରୀ। ଏ ନେଇ ପୂର୍ବରୁ ଲିଙ୍ଗରାଜ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ତେବେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ମହିଳା ଯନ୍ତ୍ରୀଙ୍କୁ ଧରିଥିଲା। ତେବେ ତାଙ୍କ ନାଁରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଥିବା ବେଳେଗତକାଲି ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ପଡିଛନ୍ତି
ମହିଳା ଯନ୍ତ୍ରୀ। ସେପଟେ ଲିଙ୍ଗରାଜ ତାଙ୍କ ଗାଈ ଗୁହାଳ ତିଆରି କରିବା ସମୟରେ ଯନ୍ତ୍ରୀ କୃଷ୍ଣପ୍ରିୟାଙ୍କ ଠାରୁ କିଛି ଟଙ୍କା ଉଧାରୀରେ ନେଇ ଥିଲେ ଯାହା ଆଜି ସେ ଫେରସ୍ତ କରିଛନ୍ତି। ତାକୁ ଲାଞ୍ଚ ନେଇଥିବା ଅଭିଯୋଗ କରି ସଫେଇ ଦେଇଥିବା ସହ ସେ ନିର୍ଦୋଷ ବୋଲି କହିଛନ୍ତି ମହିଳା ଯନ୍ତ୍ରୀ କୃଷ୍ନପ୍ରିୟା ମଣ୍ଡଳ ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)