-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ନୂଆପଡା/ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଆଜି କେତେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ରେ ଯୋଗଦେବାପାଇଁ ନୂଆପଡ଼ା ସଦର କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲିଧର ଏବଂ ବିଚାରପତି ବିଭୂପ୍ରସାଦ ରାଉତରାୟଙ୍କ ପଦାର୍ପଣ ଦେଖିବାକୁ ମିଳିଥିଲା l ୧୯୮୭ ମସିହା ପରେ ଆଜିର ଦିନରେ ଦୁଇଦୁଇ ଜଣ ବିଚାରପତିଙ୍କୁ ପାଇ ନୂଆପଡ଼ା ଜିଲ୍ଲା ସମୁହର ଜନସାଧାରଣ ଖୁବ୍ ଖୁସିରେ ବିଭୋର ହୋଇପଡ଼ିଥିଲେ lଏହି କାର୍ଯ୍ୟକ୍ରମରେ ସମସ୍ତ ନୂଆପଡ଼ା ଓକିଲ ସଂଘର ସଦସ୍ୟ ଗଣ
ଉପସ୍ଥିତ ରହି ଅତିଥି ଦ୍ୱୟ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ l ସ୍ଥାନୀୟ ପୋଲିସ ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା l ଏଠାରେ ବିଭିନ୍ନ ଷ୍ଟଲ ମାନ ନିର୍ମାଣ କରାଯାଉଥିଲା, ଷ୍ଟଲ ମାନଙ୍କୁ ଅତିଥି ଦ୍ୱୟ ବୁଲିବୁଲି ଦେଖୁଥିବା ଦେଖିବାକୁ ମିଳିଥିଲା l କୋର୍ଟ ପରିସର ମଧ୍ୟରେ ବାର୍ ଏସୋସିଏସନ ତରଫରୁ ଏକ ସମ୍ବର୍ଦ୍ଧନା ସଭାରେ କହିଲେ କି ଏଠାରୁ ୫୫୦ କିଲୋମିଟର ଦୂରରେ କଟକ ରେ ଥିବା ହାଇକୋର୍ଟ ଅବସ୍ଥିତ ଏଥିନେଇ ନୂଆପଡ଼ା ର ବରିଷ୍ଠ ଓକିଲ ମୁରଲୀଧର ପଣ୍ଡା ହାଇକୋର୍ଟ ସର୍କିଟ ବେଞ୍ଚ ସକାଶେ ମୁଖ୍ୟ ବିଚାରପତି ଙ୍କୁ ଅନୁରୋଧ କରିଥିବା ସଙ୍ଗେ ସଙ୍ଗେ ଓକିଲ କ୍ଷିତିଶ ବୋଧନଙ୍କର କୋର୍ଟ ପରିସର ରେ ଶୈାଚାଳୟ ଟିଏ ଏବଂ ଭିଜିଲାନସ କୋର୍ଟ ପାଇଁ ଦାବୀ ଉତ୍ଥାପନ କରିଥିଲେ lମୁଖ୍ୟ ବିଚାରପତି ତାଙ୍କ ଦାବୀ ଉପରେ ବିଚାର କରି ଅତିଶିଘ୍ର ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ lମୁଖ୍ୟ ବିଚାରପତି ମାନ୍ୟବର ମୁରଲୀଧର କହିଲେ କେମିତି ବହୁଳ ଭାବରେ ମହିଳା ମାନେ ଓକିଲାତି ପ୍ରତି ଉତ୍ସାହିତ ହେବେ ସେଥିପ୍ରତି ପ୍ରାଧାନ୍ୟ ଦିଆଯିବା ଉଚିିତ lଏ ପରିପ୍ରେକ୍ଷୀରେ ନୂତନ ଭାବେ ନିର୍ମିତ ମହିଳା କୋର୍ଟ ଉଦଘାଟନ ,ଲାଇଫ୍ ହେଲ୍ଡ ଅପ୍ ଟ୍ରେନିଂ ପ୍ରୋଗ୍ରାମ, ଓକିଲ ମାନଙ୍କ ପାଇଁ ଇ-ଫାଇଲିଙ୍ଗ ଷ୍ଟେସନ ଅଫ୍ ଡିଷ୍ଟିକ କୋର୍ଟ
ନୂଆପଡ଼ା କୋର୍ଟ ପରିସର ରେ ଉଦଘାଟନ କରିଥିଲେ l ଏ ଅବସରରେ ନୂଆପଡା ଜିଲ୍ଲା ବିଚାରପତି ସଂଗ୍ରାମ ପଟ୍ଟନାୟକ, ଜିଲ୍ଲା ବାର୍ ଆସୋସିଏସନ୍ ର ସଭାପତି ପ୍ରଶନ୍ନ ପାଢ଼ୀ, ସମ୍ପାଦକ ଅଶ୍ୱିନୀ ବାଗ ତଥା ବାର ଏସୋସିଏସନ ର ସମସ୍ତ ସଦସ୍ୟ, ସିଭିଲ ବାର୍ ଆସୋସିଏସନ୍ ର ସଭାପତି ଘାସିରାମ ମାଝୀ, ସମ୍ପାଦକ ବିଶ୍ୱମଣୀ ପାଣିଗ୍ରାହୀ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା l