-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ରାଜ୍ୟ

ପ୍ରାକୃତିକ ସୈାନ୍ଦର୍ଯ୍ୟ ଭରା ଧବଳେଶ୍ଵର ଶୈବପୀଠ ଅବହେଳିତ କାହିଁକି ?

22-Oct-2021



ପଦ୍ମପୁର (ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ): ଓଡ଼ିଶା ରାଜ୍ୟର ଏକ ଉପାନ୍ତ ଅଞ୍ଚଳ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମପଞ୍ଚାୟତ ଛତିଶଗଡ ସୀମାରେ ବିଖ୍ୟାତ ଶୈବପୀଠ ଅବସ୍ଥିତ lପାହାଡପର୍ବତ ଘେରା ଏହି ଶୈବପୀଠ ଛତିଶଗଡ ରାଜ୍ୟ ପଟୁ ବୋହି ଆସିଥିବା ସୂରଙ୍ଗୀନଦୀ କୂଳରେ ବାବା ଧବଳେଶ୍ଵର ଋପେ ବହୁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି lଓଡିଶା-ଛତିଶଗଡ ସୀମାରେ ଦଣ୍ଡାୟମାନ ଝାଞ୍ଜିପାହାଡ କୁ ଯେଉଁ ସ୍ଥାନରେ ନଦୀ ସୂରଙ୍ଗୀ ଲକ୍ଷ୍ୟଭେଦ କରି ଓଡ଼ିଶା ପଟକୁ ପ୍ରଭାହିତ ହୁଏ,ସେହି ପାହାଡ଼ ବକ୍ଷରେ ଏକ ପ୍ରକାଣ୍ଡ ଗଣ୍ଡ ସୃଷ୍ଟି ହୋଇଛି ଏହାହିଁ 'ଦେବଦର୍ହା ଗଣ୍ଡ ନାମରେ ପରିଚିତ lଏହା ଓଡ଼ିଶା ଛତିଶଗଡ ସୀମାରେ ରହିଥିବାରୁ ତଥା ଛତିଶଗଡ କୁ ବର୍ଷର ସବୁଦିନିଆ ଯାତାୟତ

ର ସୁବିଧା ଥିବାହେତୁ ଛତିଶଗଡ ରାଜ୍ୟ ର ଶ୍ରଦ୍ଧାଳୁ ଭକ୍ତଙ୍କ ଯାତାୟତ ପ୍ରାୟ ସମୟ ରେ ଲାଗି ରହିଥାଏ lସୂରଙ୍ଗୀ ନଦୀକୂଳର ପାହାଡ଼ ଦେଶରେ ଏକ ଶିବ ମନ୍ଦିର ନିର୍ମାଣ ହୋଇଛି lଭାରତ ସ୍ୱାଧୀନତା ର ଅବ୍ୟବହିତ ପୂର୍ବରୁ ଏହି ମନ୍ଦିର କୁ ପଦ୍ମପୁର ରାଜା ଲାଲ ରାଜେନ୍ଦ୍ର ସିଂ ବରିହା   
   ୧୯୧୯ ମସିହାରେ ରେ ମନ୍ଦିର ନିର୍ମାଣ ଆରମ୍ଭ କରି ୧୯୩୨ମସିହାରେ ପୂର୍ଣ୍ଣାଙ୍ଗ ଋପଦେଇଥିବା କିମ୍ବଦନ୍ତୀ କହେ lତାଙ୍କର ବଂଶଜ ରାଜା ବୀର ବୀକ୍ରମାଦିତ୍ୟ ସିଂ ବରିହା ଯିଏକି ଏ ଅଞ୍ଚଳର ଅନେକ ଥର ବିଧାୟକ, ମନ୍ତ୍ରୀ ରହିଥିବାବେଳେ ବର୍ତ୍ତମାନ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା ମଧ୍ୟ ଉକ୍ତ ବଂଶ ର ଉତ୍ତରାଧିକାରୀ ଅଟନ୍ତି l
     ଓଡ଼ିଶା ପଟୁ ଗଲେ ପଦ୍ମପୁର ଉପଖଣ୍ଡ ର ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୨ କିଲୋମିଟର ଦୂର ରେ ଲଖମରା ଗ୍ରାମ ପଡ଼େ lଲଖମରା ଠାରୁ ଅନତି ଦୂରରେ ଅଙ୍ଗନଦୀ ପ୍ରବାହିତ lଅଙ୍ଗନଦୀ ପାର ହେଲାପରେ ଡାହାଣ ପଟକୁ ଲମ୍ବି ଯାଇଛି ଦେବଦର୍ହା ପର୍ଯ୍ୟନ୍ତ ରାସ୍ତା  ପ୍ରାୟ ବ୍ୟବଧାନ ୩କିଲୋମିଟର ତେଣୁ ପଦ୍ମପୁର ରୁ ପ୍ରାୟ ୧୫ କିଲୋମିଟର ଦୂର ରେ ଅବସ୍ଥିତ ଏହି ଦେବଦର୍ହା ଗଣ୍ଡ ଏବଂ ବାବା ଧବଳେଶ୍ଵର ଶୈବପୀଠ lଚାରିପଟେ ସବୁଜ ବନାନୀ ପାହାଡ଼ ପର୍ବତ ଘେରା ଆଢ଼ୁଆଳରେ ଏହି ଶୈବପୀଠ ର ପ୍ରାକୃତିକ ଦୃଶ୍ୟପଟ ଅତି ରମଣୀୟ lଜଙ୍ଗଲ ମଧ୍ୟରେ ଅବସ୍ଥିତ ହୋଇଥିଲେ ମଧ୍ୟ ସଂଧ୍ୟା ସମୟରେ ପର୍ଯ୍ୟଟକ ମାନେ ଏହାର ସୈାନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶକୁ ଛାଡି ଫେରିବା ପାଇଁ କୁଣ୍ଠାବୋଧ କରିଥାନ୍ତି l
    ମନ୍ଦିର ଠାରୁ ନଦୀ ଭିତର କଡ଼ ଦେଇ କିଛିଦୂର ଅତିକ୍ରମ କଲାପରେ ଅଛି ଅକାତକାତ ପାଣିର ସ୍ତିରତା ର ଦେବଦର୍ହା ଗଣ୍ଡ lଆଜି ପର୍ଯ୍ୟନ୍ତ କେହି ଏହାର ଗଭୀରତା କେତେ ମାପି ପାରିନାହାନ୍ତି କିମ୍ବା ସରକାରଙ୍କ ଦ୍ୱାରା ମଧ୍ୟ ଏହାର ପ୍ରୟାସ କରାଯାଇନାହିଁ lଗଣ୍ଡରେ ଅଛନ୍ତି ବିଶାଳକାୟ ମାଛ lକିଛିବର୍ଷ ପୂର୍ବେ ଜଣେ ବୃଦ୍ଧା ମହିଳା ନାମ ତାଙ୍କର ମାତା ବୁଢ଼ୀ ଏଠାରେ ରହୁଥିଲେ ଏବଂ ମାଛ ମାନଙ୍କ ନାମଧରି ଡାକି କିଛି ଖାଦ୍ୟ ପକାଇଲେ ବଡ଼ବଡ଼ ମାଛ ସବୁ ଦେଖାଯାଉଥିଲେ lଉକ୍ତ ମାତାବୁଢୀ ଆଉ ନାହାନ୍ତି lଏହାର ଆଉ ଏକ ବିଶେଷତ୍ଵ ପୂର୍ଣ୍ଣ ତଥ୍ୟ ରହିଛି ଯେ,ପ୍ରଭୁ ରାମଚନ୍ଦ୍ର,ଭାଇ ଲକ୍ଷ୍ମଣ ଏବଂ ଦେବୀ ସୀତା ଙ୍କ ସହିତ ବନବାସ ପାଇଁ ଏହି ପଥଦେଇ ଗଲାବେଳେ ଏଠାରେ ରାତ୍ରି ଯାପନ କରିଥିଲେ lସକାଳେ ଦେବୀ ସୀତାଙ୍କ ପାଇଁ ଲକ୍ଷ୍ମଣ ଶରବିଦ୍ଧ କରି ପଥର ଉପରେ ଏକ କୁଣ୍ଡ ନିର୍ମାଣ କରିଥିଲେ lବର୍ତ୍ତମାନ ସୁଦ୍ଧା ତାହା ସୀତାକୁଣ୍ଡ ନାମରେ ବିଦିତ lରାତ୍ରୀଯାପନ କରିଥିବା ପାହାଡ଼ ର ନାମ ମଧ୍ୟ ସୀତା ପାହାଡ଼ ଥିବା ଅଞ୍ଚଳ ର ବୟୋବୃଦ୍ଧା ଙ୍କ ମୁଖରୁ ଶୁଣାଯାଇଥିବା ଆଲୋଚନା କରାଯାଏ lତାହା କାଳକ୍ରମେ ଅପଭ୍ରଂଶ ହୋଇ ବର୍ତ୍ତମାନ ଭତା ଡଙ୍ଗର୍ (ପାହାଡ଼) ନାମରେ ପରିଚିତ l

      ସୂରଙ୍ଗୀନଦୀ ଆରପଟେ ଝାଞ୍ଜୀ ପାହାଡ଼ lସ୍ୱାଧିନତା ପୂର୍ବରୁ ମନ୍ଦିର ନିର୍ମାଣ ଶେଷ ହେବାପରେ ପଦ୍ମପୁର ରାଜା ଉକ୍ତ ଝାଞ୍ଜୀ ପାହାଡ଼ ରେ ଏକ ବଙ୍ଗଳା ନିର୍ମାଣ ଆରମ୍ଭ କରିଥିଲେ ତାର ଭଗ୍ନାବଶେଷ ବର୍ତ୍ତମାନ ସୁଦ୍ଧା ରହିଛି lଏହା ରାଜାଙ୍କ ଏକ ଗ୍ରୀଷ୍ମ ନିବାସ ଋପେ ରହିଥାନ୍ତା ଏବଂ ମନ୍ଦିର ପାଦଦେଶ ରୁ ଗ୍ରୀଷ୍ମ ନିବାସ ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ର ଯୋଜନା ଥିବା ରାଜାଙ୍କ ଉତ୍ତରାଧିକାରୀ ଙ୍କ ଠାରୁ ଶୁଣିବାକୁ ମିଳେ lଏହି ମନ୍ଦିର ଟି ବର୍ତ୍ତମାନ ଅଞ୍ଚଳବାସୀ ଙ୍କ ପରିଚାଳନାଧିନ lବହୁ ଆଡମ୍ବର ନହେଲେ ମଧ୍ୟ ବର୍ଷ ର ପ୍ରତ୍ୟେକ ପର୍ବପର୍ବାଣୀ ରେ ଏଠାରେ ଶ୍ରଦ୍ଧାଳୁଙ୍କ ବିଶେଷ ସମାଗମ ହୁଏ lଶ୍ରାବଣ ପୂର୍ଣ୍ଣିମା ଏବଂ ଶିବରାତ୍ରି ଏହି ଦୁଇଦିନ ଶ୍ରଦ୍ଧାଳୁଙ୍କ ଭିଡ ଅସମ୍ଭାଳ ହୋଇପଡେ lଏହି ପରିଚାଳନା କମିଟି ରେ ରାଜାଙ୍କ ଉତ୍ତରାଧିକାରୀ ଶ୍ରୀମାନ ପ୍ରତାପ କେଶରୀ ସିଂ ବରିହା ଏବଂ ତାଙ୍କ ସାନଭାଇ ଶ୍ରୀମାନ ସୁରେନ୍ଦ୍ର ସିଂ ବରିହା ଆବଶ୍ୟକୀୟ ଯୋଗଦାନ ତଥା ସାହାଯ୍ୟ ଦେଇ ଆସୁଛନ୍ତି lଏହି ଧବଳେଶ୍ଵର ଶୈବପୀଠ ତଥା ଦେବଦର୍ହା ଗଣ୍ଡ  ଏଭଳି ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଥିବାରୁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି କୁ ଆସି ପାରିନାହିଁ lକାରଣ ଅଙ୍ଗନଦୀ ଯାତାୟତ ରେ ବାଧକ ସାଜେ lଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ କତୃପକ୍ଷ ଙ୍କ ସାମାନ୍ୟତମ ଦୃଷ୍ଟି କୁ ଆସିଲେ ଏହା ଓଡିଶାରାଜ୍ୟ ର ଗୈାରବ ଶାଳୀ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହୋଇ ପାରିବ ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ lସଂପୃକ୍ତ ବିଭାଗ, ବିଭାଗୀୟ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ଯେ'କି ରାଜବଂଶର ଜଣେ ସଦସ୍ୟ ଅଟନ୍ତି ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ ହୁଏ l
       


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like