-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) :ସୋନପୁର ର ପ୍ରସିଦ୍ଧ ହରଗୌରୀ ଯାତ୍ରା ର ଚତୁର୍ଥ ଦିନରେ ବହୁ ଆକର୍ଷଣୀୟ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ସଧବା ମହିଳା ମାନେ ଭାଗନେଇ ଶ୍ରୀଯନ୍ତ୍ର ଉପରେ ଶ୍ରୀଗଣେଷ ଙ୍କୁ ସ୍ଥାପନକରି ନିଜ ପରିବାର ର ଶ୍ରୀବୃଦ୍ଧି ସହ ପରିବାର ର ଶୁଭମନାସି ଏଇ ବ୍ରତ ରଖିଥାନ୍ତି। ରାୟଗଡ଼ା ଜିଲ୍ଲାର ଗୁମୁଡାରୁ ଆସିଥିବା ପାନ୍ତୁଲୁ ଏ,ଦୁର୍ଗାପ୍ରସାଦ ଙ୍କ ତତ୍ୱ।ବଧାନରେ ଏଇ କୁଙ୍କୁମପୂଜା ରେ ଅନେକ ମହିଳା ଶ୍ରଦ୍ଧାଳୁ ଭାଗନେଇଥିଲେ ପରେ ସୋନପୁର ତରିଆପଡାର ସଂକୀର୍ତ୍ତନ ଦଳ ତାଙ୍କର ସଂକୀର୍ତ୍ତନ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ କଟକଣା କୁ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଯୋଗ୍ୟଯେ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ହରଗୌରୀ ଯାତ୍ରା ସ୍ଥାନୀୟ ଢେରାପଡା ଠାରେ ଏକ ଆଧ୍ୟାତ୍ମିକ ପରିବେଶ ରେ ପାଳନ କରାଯାଉଥିବା ଜଣାଯାଇଛି।