-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||     

HOME   ଜିଲ୍ଲା

ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

12-Oct-2026



ଟିଟିଲାଗଡ(ପ୍ରେରଣା ଖବର)- ଆଉ କିଛି ଦିନ ପରେ ଅନୁଷ୍ଠିତ ହେଵ ଟିଟିଲାଗଡ ସହରର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାସୁନିଙ୍କ ପ୍ରସିଦ୍ଧ ନବମୀ ଯାତ୍ରା। ତେବେ ଏହାକୁ ଦୃଷ୍ଟିରେ ରଖି ମାଁ ଘଣ୍ଟାସୁନି ସେବା ସମିତି ପକ୍ଷରୁ ସଦସ୍ୟ ଶ୍ରୀ ସୁନିଲ ଆଚାର୍ୟ, ହରି ନାରାୟଣ ମିଶ୍ର ଓ ଅମ୍ଳାନ ଷଡଙ୍ଗୀଙ୍କ ନେତୃତ୍ୱରେ ତଥା ସେବା ସମିତିର ସମସ୍ତ ସଦସ୍ୟଙ୍କୁ ତଥା ମାଁ ଘଣ୍ଟାସୁନିଙ୍କ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ନେଇ ସୋମବାର ସଂନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ କି 
    ଆସନ୍ତା ୧୯ ତାରିଖ ସୋମବାର ଦିନ ଜଗତଜନନୀ, କରୁଣାମୟୀ  ମାଁ ଘଣ୍ଟାସୁନିଙ୍କର ନଗର ପରିକ୍ରମା ଯାତ୍ରା ଅନୁଷ୍ଠିତ ହେବ।ଏହି ଯାତ୍ରାକୁ ଭବ୍ୟ ଗରୀମାମୟ କରିବା ପାଇଁ ମାଁ, ମାଁ ଘଣ୍ଟାସୁନି ସେବା ସମିତିର ସମସ୍ତ ସଦସ୍ୟ ମାନଙ୍କ ପରାମର୍ଶ ଲୋଡ଼ିବା ସହ ଚଳିତ ବର୍ଷ ଆହୁରି କଣ କଣ କରାଯିବ ସେ ନେଇ ସମସ୍ତଙ୍କର ମତାମତ ନିଆ ଯାଇଥିଲା। 
    ବୈଠକ ଆରମ୍ଭରେ ଶ୍ରୀଯୁକ୍ତ ସୁନିଲ ଆଚାର୍ଯ୍ୟ (ବୁଦ୍ଧିଆ) ସମସ୍ତଙ୍କୁ ସ୍ବାଗତ କରିବା ପରେ ବର୍ଷ ୨୦୨୫ ର ଆୟ ବ୍ୟୟ ବର୍ଣ୍ଣନା କରିବାକୁ ଶ୍ରୀଯୁକ୍ତ ହରି ନାରାୟଣ ମିଶ୍ରଙ୍କୁ କହିଥିଲେ। ଏହାପରେ ଚଳିତ ବର୍ଷ ପାଇଁ କଣ କଣ ଆୟୋଜନ କରାଯିବ ? କେଉଁ କେଉଁ ବାଦ୍ୟ, କଳାକାର ମାନଙ୍କୁ ଡାକିବାକୁ ବ୍ୟବସ୍ଥା କରାଯାଇଚି ସେ ବିଷୟରେ ଅମ୍ଳାନ ଷଡଙ୍ଗୀ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।  ତା ସହିତ ଚଳିତ ବର୍ଷ ମାଁ ର ନଗର ପରିକ୍ରମା କିପରି ଆହୁରି ଅଧିକରୁ ଅଧିକ ଭବ୍ୟ ଓ ଗୌରବମୟ ହେବ ତା ବିଷୟରେ ଆଲୋଚନା କରିବା ସହ ଉପସ୍ଥିତ ସଦାସ୍ୟଙ୍କ ମତାମତ ନିଆଯାଇଥିଲା। ସେ ଭିତରୁ ଯୁବ ସାମ୍ବାଦିକ ସଞ୍ଜୟ କୁମାର ନାୟକ ମା ଙ୍କ ଯାତ୍ରା ପାଇଁ ଆସୁଥିବା ବିଭିନ୍ନ ରାଜ୍ୟର ବାଦ୍ୟ, ନୃତ୍ୟ, କଳାକାର ଦଳଙ୍କୁ ସହର ପରିକ୍ରମା କରାଇବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ବଣିକ ସଂଘର ସଭାପତି ଶ୍ରୀ ସଂଭୁ ପ୍ରସାଦ ଗୋଏଲ ମା ଙ୍କ ଯାତ୍ରାର ସିଧା ପ୍ରସାରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେହିପରି ଆଇନ୍ଯିବି ଶ୍ରୀଯୁକ୍ତ ସଞ୍ଜୀବ ପାଢ଼ୀ,କିଶୋର ଗୁପ୍ତା ଓ ବସନ୍ତ ସାହୁ ସେବା ସମିତି ନାମରେ ଆକାଉଣ୍ଟ ଖୋଲି ଏକ କ୍ୟୁ ଆର କୋଡ଼ କରାଯାଉ ଯେଉଁଥିରେ ଦାତା ମାନେ ନିଜସ୍ୱ ଇଚ୍ଛାରେ ସହଯୋଗ ରାଶି ପ୍ରଦାନ କରିବେ ଏବଂ ଖର୍ଚ୍ଚ ସୁପରିଚାଳିତ ହେବ ବୋଲି କହିଥିଲେ। ଶ୍ରୀଯୁକ୍ତ ରଣଜିତ ପୃଷ୍ଟି ସଞ୍ଜୟ କୁମାର ନାୟକଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇବା ସହ କମିଟିର ସମସ୍ତ ନିଷ୍ପତ୍ତିରେ ଆମେ ସହମତ ଅଛୁ ବୋଲି କହିଥିଲେ। ଶ୍ରୀଯୁକ୍ତ ମନୋଜ ମିଶ୍ର ଭିଡ଼କୁ ଦୃଷ୍ଟିରେ ରଖି କୃତ୍ରିମ ବା ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା କରିବାକୁ କହିଥିଲେ। ସେହିପରି ଆଇନଜୀବୀ ସାହିଲ ନାୟର ମନ୍ଦିରର ସଫା ସୁତୁରା ସହ ମନ୍ଦିର କାନ୍ଥରେ ସିନ୍ଦୁର ପୋଛିବା ଉପରେ କିଛି ବ୍ୟବସ୍ଥା କରିବାକୁ କହିଥିଲେ। କବି ଟିକେଲାଲ ବେହେରା, କିଶୋର ମହାପାତ୍ର, ଦୀପକ ସମାଦାର, ଜିତେନ୍ଦ୍ର ପଣ୍ଡା, ବିଜୟ ମେହେର, ରାଜେଶ ଅଗ୍ରୱାଲ, ଈଶ୍ୱର ଜୈନ ଓ ଅନ୍ୟ ସଦସ୍ୟ ମାନେ ନିଜ ନିଜର ମତ ରଖିଥିଲେ। ଶେଷରେ ସମସ୍ତ ପ୍ରସ୍ତାବକୁ କିପରି ଅତି ଶୀଘ୍ର କରାଯିବ ସେ ନେଇ ନିଷ୍ପତି ନିଆଯାଇଛି। ତେବେ ଚଳିତ ବର୍ଷ ଆସନ୍ତା କାଲି ଠାରୁ ଭଜନ ସନ୍ଧ୍ୟା ଓ ପରେ ନବମୀ ଯାତ୍ରା ଦିନ ଓଡିଶାର ପୁରୀ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ପଡୋଶି ରାଜ୍ୟ ତଥା ଜିଲ୍ଲାରୁ କଳାକାର, ବାଦ୍ୟ ନୃତ୍ୟ ବିଶେଷ ଆକର୍ଷଣ ରହିବ। ଏହି ବୈଠକରେ ସହରର ସମସ୍ତ ଅଞ୍ଚଳରୁ ଭକ୍ତ ମାନେ ଉପସ୍ଥିତ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026

You Might Also Like