-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Oct-2026
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ରେ ୧୩ ତାରିଖ ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ l ୩୦ ଟି ଜିଲ୍ଲା ର ୧୬ ଜଣ ଲେଖାଏଁ ଖେଳାଳି, ଜଣେ ଟିମ୍ ମ୍ୟାନେଜର ଓ ଜଣେ କୋଚ୍ ଏଥିରେ ସାମିଲ ହେବାକୁ ଥିବା ବେଳେ ୬୦ ଜଣ ରାଜ୍ୟ ସ୍ତରୀୟ ଓ ୧୨ ଜଣ କେନ୍ଦ୍ର ସ୍ତରୀୟ ଅଧିକାରୀ ଏଥିରେ ଯୋଗ ଦେଇ ଏହାର ପରିଚାଲନା ଓ ତତ୍ୱା ବଧାନ ଦାୟିତ୍ୱ ରେ ରହିବେ ବୋଲି ଆଜି ଡି ପି ସି ଅଫିସ୍ ରେ ଡି ପି ସି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନ ଶ୍ୟାମ ମେହେର ଙ୍କ ନେତୃତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ମିଳିଛି l ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ର ତଦାରଖ ରେ ଆୟୋଜିତ ହେବାକୁ ଥିବା ଏହି ଖେଳ ରେ ପ୍ରତ୍ୟେକ ଖେଳାଳି ଙ୍କ ଯୋଗ୍ୟତା ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ବୋଲି କହିଥିଲେ l ଆଇ ପି ଇ ବିଶ୍ୱନାଥ ବାଲାଜୀ ଓ ଶିକ୍ଷକ ଗତିକୃଷ୍ଣ ମିଶ୍ର ଏହି ସାମ୍ୱାଦିକ ସମ୍ମିଳନୀ କୁ ସଂଯୋଜନା କରିଥିଲେ l