-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
(ତ୍ରିନାଥ ବେଶ୍ରା)
ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରର୍ସ ଆସୋସିଏସନର ରାଜ୍ୟ ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିକୁ ନେଇ ଦାବି ପତ୍ର ପ୍ରଦାନ କରାଯାଇଛି ଏହି ପରିପ୍ରେକ୍ଷୀରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ର ରାଜ୍ୟ ପ୍ରହରୀ ଝୁନୁପମା ଶତପଥୀ ଓ ରାଜ୍ୟ ସଦସ୍ୟା ଜସ୍ମିନ ନାଏକ , ରାଜ୍ୟ ସମ୍ପାଦିକା ସୁଜାତା ଦୋରା,ଜିଲ୍ଲା ସମ୍ପାଦିକା ପ୍ରେମl ଲତା ସାମନ୍ତ ରାୟ ଙ୍କ ନେତୃତ୍ବରେ ଲାଲବାହାଦୂର ଷ୍ଟାଡିୟମ୍ ନିକଟରେ ସକାଳ ୧୧ ଘଣ୍ଟା ସମୟରେ ଏକତ୍ରିତ ହୋଇ ସେଠାରୁ ଏକ ବିରାଟ ପଦଯାତ୍ରା ରେ ବାହାରି ସହର ମଧ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ, ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ
ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଶ୍ରୀ ସୁରେନ୍ଦ୍ର କର, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଲୋଚନ ସାହୁ ଏଵଂ ଭବାନୀ ଶଙ୍କର ରାଉତ, ନବିନ୍ ଛତ୍ରିଆ, ପଙ୍କଜ ମଙ୍ଗରାଜ ଉପଦେଷ୍ଟା ବଳରାମ କର
ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କ ଦୀର୍ଘ ଦିନର ବିଭିନ୍ନ ଦାବି ଏବଂ ସେମାନଙ୍କୁ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇଦେବା
ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ସୁରେନ୍ଦ୍ର କର ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବ୍ଳକରୁ ୫ ହଜାରରୁ ଉର୍ଦ୍ଧ୍ବ କର୍ମୀ ଏବଂ ସହାୟିକା ଯୋଗଦେଇଥିଲେ l
ଦାବି ଗୁଡିକ ହେଉଛି -
୧. ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଦ୍ୱାରା କାର୍ଯ୍ୟ କରାଯାଉଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ଭାବରେ ମାନ୍ୟତା ପ୍ରଦାନ କରାଯାଉ । ଯେପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନ୍ୟତା ପ୍ରଦାନ କରାଯାଇ ନାହିଁ ସେପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ମାସିକ ୩୦,୦୦୦/- ଟଙ୍କା ଏବଂ ସହାୟିକାଙ୍କୁ ମାସିକ ୧୫,୦୦୦/- ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ ।
୨. ଗତ ୨୦୨୪ ମସିହା ନିର୍ବାଚନ ଇସ୍ତାହାର ଅନୁଯାୟୀ, ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧି ତୁରନ୍ତ ପ୍ରଦାନ କରାଯାଉ ୩୧/୦୮/୨୦୨୧ ରେ ବିଜ୍ଞପ୍ତି ଜରିଆରେ ଜାରି କରାଯାଇଥିବା ପତ୍ର ସଂଖ୍ୟା ୧୧୩୫୧ ଅନୁଯାୟୀ ୫୫ ବର୍ଷରୁ ଊର୍ଦ୍ଧ୍ୱ ଅଙ୍ଗନୱାଡ଼ି କର୍ମଚାରୀଙ୍କ ପାଇଁ ପ୍ରତିବର୍ଷ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବାର ବ୍ୟବସ୍ଥାକୁ ପୁନର୍ବିଚାର କରାଯାଉ ।
୪. ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ ବର୍ଷ ସେବା ପରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଦୁଇ (୦୨) ବର୍ଷୀୟ ସମ୍ପ୍ରସାରିତ ନିଯୁକ୍ତି କରାଯାଉନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ।
୫. ନେଟୱାର୍କ ସମସ୍ୟା କାରଣରୁ ପୋଷଣ ଟ୍ରାକର ରେ ତଥ୍ୟ ଏଣ୍ଟ୍ରି ହୋଇ ନ ପାରିବା କାରଣରୁ ଅନେକ ଅଙ୍ଗନୱାଡ଼ି କର୍ମୀ ମାନଙ୍କର ପାରିଶ୍ରମିକ କାଟି ଦିଆଯାଇଛି, ଯାହାର ପୁନର୍ବିଚାର କରାଯାଇ କଟା ଯାଇଥିବା ପାରିଶ୍ରମିକ ପ୍ରଦାନ କରାଯାଉ ।
୬. ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବେ କରାଯିବା ସହିତ ପଦୋନ୍ନତିରେ ବାଧକ ସାଜୁଥିବା ବୟସ ସୀମା କୁ ଉଚ୍ଛେଦ କରାଯାଉ ।
୭. ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ (୦୩) ବର୍ଷ ଧରି ବକେୟା ଥିବା ୟୁନିଫର୍ମ ରାଶି ତୁରନ୍ତ ପ୍ରଦାନ କରାଯିବା ସହ ମୋବାଇଲ ରିଚାର୍ଜ ଓ ନେଟ ପ୍ୟାକ ପାଇଁ ରାଶି ନିୟମିତ ଭାବେ ପ୍ରଦାନ କରାଯାଉ ।
୮. Poshan Incentive ବାବଦ ରାଶି ଗତ ପାଞ୍ଚ (୦୫) ମାସ ଧରି ପ୍ରଦାନ କରାଯାଇନାହିଁ । ତେଣୁ ବକେୟା Poshan Incentive ରାଶି ତୁରନ୍ତ ପ୍ରଦାନ କରାଯାଉ ।
୯. ପୋଷଣ ଟ୍ରାକର (Poshan Tracker) ରେ ଫେସ୍ କ୍ୟାପ୍ଚର (Face Capture) ସମୟରେ ହେଉଥିବା ସମସ୍ୟାର ସମାଧାନ ପାଇଁ ଉନ୍ନତମାନର ମୋବାଇଲ୍ ଯୋଗାଇ ଦିଆଯାଉ। ନେଟୱାର୍କ ସମସ୍ୟା ଯୋଗୁଁ ହିତାଧିକାରୀମାନେ ବାରମ୍ବାର କେନ୍ଦ୍ରକୁ ଆସି ନିରାଶ ହୋଇ ଫେରିଯାଉଛନ୍ତି। ତେଣୁ ୬ ମାସରେ ଥରେ ଫେସ୍ କ୍ୟାପ୍ଚର କରିବା ପାଇଁ ଅନୁରୋଧ।
୧୦. ମୋବାଇଲ୍ ଦ୍ୱାରା ଅନଲାଇନ୍ରେ କରାଯାଉଥିବା କାର୍ଯ୍ୟକୁ ପୁଣିଥରେ ଅଫଲାଇନ୍ରେ ବିଭିନ୍ନ ରେକର୍ଡ ରେଜିଷ୍ଟରରେ ଲେଖିବାକୁ ପଡ଼ୁଥିବାରୁ, ଅଙ୍ଗନୱାଡ଼ି କର୍ମୀମାନେ ଅଯଥାରେ ଦ୍ୱିଗୁଣିତ କାର୍ଯ୍ୟଭାର ଓ ଚାପର ସମ୍ମୁଖୀନ ହେଉଛନ୍ତି। ଏଣୁ ଅନଲାଇନ୍ରେ ହେଉଥିବା କାର୍ଯ୍ୟକୁ ପୁନର୍ବାର ଅଫଲାଇନ୍ରେ ଲେଖିବା ବ୍ୟବସ୍ଥାକୁ ବନ୍ଦ କରାଯାଉ।