-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
13-Oct-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ସହରର ସିବିଏସ୍ଇ ଅନୁବନ୍ଧିତ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ପାଇଁ ଏକ ଗୌରବପୂର୍ଣ୍ଣ ମୂହୁର୍ତ୍ତ ଅଟେ |
ଶିକ୍ଷାନୁଷ୍ଠାନର ଦଶମ ଶ୍ରେଣୀ 'ଖ ' - ବିଭାଗର ଛାତ୍ର ପ୍ରିତମ ସାହୁଙ୍କୁ ଭାରତ ବିକାଶ ପରିଷଦ ଦ୍ୱାରା ସର୍ବଶ୍ରେଷ୍ଠ ଛାତ୍ର (ଶିକ୍ଷାବର୍ଷ ୨୦୨୬) ପୁରସ୍କାରରେ ପୁରସ୍କୃତ କରାଯାଇଛି | ଏହି ପୁରସ୍କାର ତାଙ୍କୁ ଉତ୍ତମ ଶିକ୍ଷା ,ଉତ୍ତମ ଚରିତ୍ର , ଅନୁଶାସନ , ଶାନ୍ତିଶୃଙ୍ଖଳା ପାଇଁ ପ୍ରଦାନ କରାଯାଇଛି । ସେହିପରି ଓମ ଭ୍ୟାଲି ସ୍କୁଲର ଶିକ୍ଷୟିତ୍ରୀ ଏ. ଶୈଳଜାଙ୍କୁ ତାଙ୍କର ଉତ୍ତମଶିକ୍ଷାଦାନ ,ଅନୁଷ୍ଠାନ ପାଇଁ ନିଜକୁ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସର୍ଗ ଓ ସେବା ମନୋଭାବ ପାଇଁ ଶ୍ରେଷ୍ଠ ଶିକ୍ଷୟିତ୍ରୀ ସମ୍ମାନରେ ଭାରତ ବିକାଶ ପରିଷଦ ଦ୍ବାରା ସମ୍ମାନିତ କରାଯାଇଛି।
ଏହା ସ୍ପଷ୍ଟ ଏବଂ ପ୍ରତିପାଦିତ ଯେ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ସହିତ ଶୀକ୍ଷାର୍ଥୀମାନଙ୍କର ସାମଗ୍ରିକ ବିକାଶ ପାଇଁ ସର୍ବଦା ଚେଷ୍ଟିତ | ଏହା ତା'ର ଜ୍ଜ୍ବଳନ୍ତ ଉଦାହରଣ ଅଟେ | ବିଦ୍ୟାଳୟର ପ୍ରତିଷ୍ଠାତା ଲାୟନ୍ ଶ୍ରୀ ଦୀପକ୍ କୁମାର ସାହୁ , ପରିଚାଳନା ନିର୍ଦ୍ଦେଶିକା ଵିଭାରାଜ ଗୁପ୍ତା , ନିର୍ଦ୍ଦେଶକ ଶଶାଙ୍କ ଶେଖର ସାହୁ , ଅନୁଷ୍ଠାନର ସମସ୍ତ କମିଟି ସଦସ୍ୟ , ମୁଖ୍ୟ ଉପଦେଷ୍ଟା
ଡ଼. ରବୀନ୍ ଚନ୍ଦ୍ର ପରମାଣିକ , ଅଧ୍ୟକ୍ଷ ' ଏମ୍ ନାଗା ମାଲେଶ୍ଵର ରାଓ ଙ୍କ ତତ୍ତ୍ବାବଧାନ ଯୋଗୁଁ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉତ୍ତମ ମାର୍ଗଦର୍ଶନ ପାଇଁ ଛାତ୍ର ଛାତ୍ରୀ ମାନେ ନିରନ୍ତର ଭାବରେ ସଫଳତାର ଶିଖରକୁ ଛୁଇଁବାରେ ସଫଳ ହେଉଛନ୍ତି । ଏଥିପାଇଁ ଅନୁଷ୍ଠାନରେ ଆନନ୍ଦର ଲହରୀ ଖେଳିଯାଉଛି | ପ୍ରିତମ୍ ସାହୁ ଙ୍କୁ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ପରିବାର ତରଫରୁ ଅନେକ ଅନେକ ଅଭିନନ୍ଦନ ସହ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।