-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ) , ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ଚାକିରି ନିୟମିତ କରିବା ପାଇଁ ଦାବି ହୋଇଛି । ସୁଚନା ଅନୁସାରେ ଓଡିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ପତ୍ର ସଂ ୫୩୨/୪-୧୦-୨୦୦୮ ଅନୁସାରେ ରାଜ୍ୟ ର ସମସ୍ତ ଜିଲ୍ଲା ଗୁଡିକ ରେ ବି.ଏ ଶିକ୍ଷାଗତ ଯୋଗ୍ୟତା ଓ ୫
ବର୍ଷ ଅବିଜ୍ଞତା ଥିବା ଅଙ୍ଗେନବାଡି କର୍ମୀ ମାନଙ୍କୁ ଠିକା ସୁପରଭାଇଜର ପଦବୀ ରେ ନିଯୁକ୍ତ ଦେଇଥିଲେ । ବର୍ତମାନ ସେମାନଙ୍କ ଚାକିରୀ ର କାର୍ଯ୍ୟକାଳ ୧୨ରୁ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଚାକିରି ରେ ନିୟମିତ ହୋଇପାରି ନାହାନ୍ତି । ତେବେ ଯେଉଁ ଦିନ ଠାରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଛି ସେହିଦିନ ଠାରୁ ଚାକୀରି କୁ ନିୟମିତ କରାଯାଇ ବାକି ଏରିୟର ଦରମା ପ୍ରଦାନ,ସମ୍ବିଧାନିକ ଧାରା ୧୪ ଅନୁସାରେ ସମାନ କାମକୁ ସମାନ ଦରମା ପ୍ରଦାନ ସହ କରୋନା ରେ ମୃତ୍ୟୁ ହୋଇଥିବା ସୁପରଭାଇଜର ଙ୍କ ପରିବାରକୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ଯୋଗାଇଦିଆଯିବା ଓ ପରିବାରର ଜଣକୁ ଚାକିରୀ ପ୍ରଦାନ ଭଲି ୩ଟି ଦାବି ସହ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଯଦି ଦାବି ପୁରଣ ନ ହୁଏ ସଂଘ ଆଗାମି ଦିନରେ ଆନ୍ଦୋଳନ ଯୋରଦାର କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟ ରେ ସଂଘ ପକ୍ଷରୁ ସୁରଞ୍ଜନା ସାହୁ,ସନ୍ତୋଷିନି ବେହେରା,ସୀତା ମେହେର,ପଙ୍କଜିନି କର୍ଣ୍ଣ,ସାନ୍ତିଲତା ଖମାରୀ,ଦିପାନ୍ତରୀ ବାଘ,କଳାବାତୀ ସାହୁ,ରେଣୁକା ପଣ୍ଡା,ରୀନା ପଣ୍ଡା,ଦମୟନ୍ତୀ ନାଏକ,ଭାରତୀ ମିଶ୍ର ଓ ନମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।