-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
06-Oct-2026
ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ "ଓସାକା" ତରଫ ରୁ ଅକ୍ଟୋବର ଚାରି ତାରିଖ ଦିନ ବଜ୍ଞାରା ହିଲସ୍ ର ଆଦିବାସୀ ଭବନ ଠାରେ ଧୂମ୍ ଧାମ୍ ରେ ନୂଆଁଖାଇ ଭେଟ୍ ଘାଟ୍ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭ ରେ ଛତର୍ ଶୋଭାଯାତ୍ରା ସହ ମହିଳା ମାନଙ୍କର ଧରତୀ ମାତା ବନ୍ଦନା ଏବଂ ଇଷ୍ଟ ଦେବୀ ମା ସମଲେଇଙ୍କ ପୂଜାର୍ଚ୍ଚନା ପରେ ଆକର୍ଷଣୀୟ ସାଂସ୍କୃତିକ ଏବଂ ସମ୍ବର୍ଦ୍ଧନା କାର୍ଯକ୍ରମ ହୋଇଥିଲା l
ଏହି କାର୍ଯକ୍ରମରେ ଆୟକର ବିଭାଗର ଏଡିସିନାଲ୍ କମିଶନର୍ ଆଶୁତୋଷ ପ୍ରଧାନ ଏବଂ ବିଶିଷ୍ଟ କବି ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଦୁର୍ଗା ମାଧବ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଡ:ରଞ୍ଜନ ଅଗ୍ରୱାଲ, ଯୁଗ୍ମ କମିଶନର, ଆୟକର ବିଭାଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ତାଙ୍କର ନୂଆଁଖାଇ ବାର୍ତ୍ତା
ରେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଉନ୍ନତି ସହ ପ୍ରଶାସନିକ ସେବାରେ କେମିତି ଛାତ୍ର ଛାତ୍ରୀ ସଫଳତା ପାଇବେ ସେ ଉପରେ ମଧ୍ୟ ସମସ୍ତେ ଚେଷ୍ଟିତ ହେବାକୁ କହିଥିଲେ। ବିଶିଷ୍ଟ ବ୍ୟଙ୍ଗ କବି ତଥା ଗୀତିକାର ଦୁର୍ଗା ମାଧବ ପଣ୍ଡା ଙ୍କୁ "ତେଲାଙ୍ଗାନା-କୋସଲ ଓସାକା ସାହିତ୍ୟ ସଂସ୍କୃତି " ସମ୍ମାନ ଏବଂ ଜଣାଶୁଣା କଣ୍ଠଶିଳ୍ପୀ ନୀଳାଞ୍ଚଳ ପାନ୍, ସଂଗୀତଜ୍ଞ ମଙ୍ଗଲ ତାଣ୍ଡି , ମୟୂରୀ ସାଂସ୍କୃତିକ ଅନୁଷ୍ଠାନ ର ପ୍ରତିଷ୍ଠାତା ଉଦ୍ଧବ ଭିତ୍ରିଆ, କଣ୍ଠଶିଳ୍ପୀ ଦଶରଥ ବାଗ ଓ ସଂସ୍କୃତି ବିଭାଗରୁ ଫେଲୋସିପ ପାଇଥିବା ଦୁଲ୍ ଫୁଲ ଦଳ ର ଢୁଲିଆ କୈଳାସ ଚନ୍ଦ୍ର ନାଗ୍ ଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା।
ଓଡିଶା ସରକାର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହାୟତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ "ଦୁଲ୍ ଫୁଲ୍ କଳା ପରିଷଦ୍" ଭୂତିବାହାଲ୍, ବରଗଡ୍ ଜିଲ୍ଲାର କଳାକାର ଙ୍କ ଦ୍ଵାରା ପ୍ରଦର୍ଶିତ ଲୋକନୃତ୍ୟ ଲୋକଙ୍କୁ ବିମୋହିତ କରିଥିଲା। ନୀଳାଞ୍ଚଳ ପାନ୍ ଙ୍କ ସଂଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ । ଦଶରଥ ବାଗ୍ , ସ୍ବାଗ୍ ସିଷ୍ଟର୍ ଏବଂ ମୌସୁମୀ ମହାରଣାଙ୍କର ସମ୍ବଲପୁରୀ ଗୀତ ବେଶ୍ ମନଛୁଆଁ ଥିଲା।
ହାଇଦ୍ରାବାଦ୍ ରେ ସମ୍ବଲପୁରୀ ବସ୍ତ୍ର ର ପ୍ରଚାର ପ୍ରସାର ପାଇଁ ଚିଚିଣ୍ଡା ର ବୁଣାକାର ହରିଶଙ୍କର ମେହେରଙ୍କ ପ୍ରଦର୍ଶନୀ ଏବଂ ସେଲ୍ ତଥା ଓସାକା ର ଫେସନ୍ ଶୋ ମଧ୍ୟ ଆୟୋଜିତ ହୋଇଥିଲା ।
ଗ୍ରାମାଞ୍ଚଳ ର ହସ୍ତତନ୍ତ କୁ ନେଇ ରଘୁନାଥ ରଣା ଙ୍କ ନେତୃତ୍ବ ରେ ଆୟୋଜିତ ହାଟ୍ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ସୃଷ୍ଟି କରିଥିଲା। ଏହି ଅବସରରେ ଓସାକା ର ବାର୍ଷିକ ସ୍ମରଣୀକା "ମାଟିର ମହକ୍" ଉନ୍ମୋଚନ ହେବାସହ ମା ମାଟିର କୁଇଜ୍ ପ୍ରତିଯୋଗିତା ମଧ୍ୟ କରାହୋଇଥିଲା। ପାଟଣାଗଡ ରୁ ଆସିଥିବା ରାଧେଶ୍ୟାମ କେଟେରିଙ୍ଗ୍ ସର୍ଭିସ ର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ବେଶ୍ ସୁସ୍ବାଦୁ ଥିଲା।
ଏହି କାର୍ଯକ୍ରମ କୁ ସୁନ୍ଦର ଭାବେ ମଞ୍ଚ ସଞ୍ଚାଳନ କରି ଥିଲେ ଯୁବ ପ୍ରତିଭା ସାହିତ୍ୟ ସଙ୍ଗଠକ ଅର୍ଜୁନ କୁମାର ସାହୁ ଓ ଆଭାସୀ ବାଗ। ଓସାକା ର ସଭାପତି ସୁନୀଲ କୁମାର ଗଡ଼ତ୍ୟା ତାଙ୍କର ନୂଆଁଖାଇ ବାର୍ତ୍ତା ରେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ହାଇଦ୍ରାବାଦ ସ୍ଥିତ ବିଶେଷଜ୍ଞ ମାନଙ୍କୁ ନେଇ ଓସାକା କାର୍ଯକ୍ରମ କରିବାକୁ ସୂଚନା ଦେଇଥିଲେ । ଶେଷରେ ସଫଳତାର ସହ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସମସ୍ତଙ୍କୁ ଓସାକା ର ସାଧାରଣ ସମ୍ପାଦକ ସମୀର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।