-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||     

HOME   ରାଜ୍ୟ

ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ

11-Oct-2026



ଭୁବନେଶ୍ୱର,ଓଡ଼ିଶାସୂଚନା ସେବା ସଂଘ(ଓଆଇଏସଏ) ପକ୍ଷରୁ ଏହାର ବାର୍ଷିକ ଉତ୍ସବ-୨୦୨୬  ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଉପଖଣ୍ଡ, ଜିଲ୍ଲା,  ରାଜସ୍ୱ ଆୟୁକ୍ତ  କାର୍ଯ୍ୟାଳୟ ସମେତ ରାଜ୍ୟ ମୁଖ୍ୟାଳୟ,  ରାଜ୍ୟ  ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ  ବିଭାଗରେ କାର୍ଯ୍ୟରତ ଓଡ଼ିଶା ସୂଚନା ସେବା  ବର୍ଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ  “ଡିଜିଟାଲ ଯୁଗରେ ଜନସମ୍ପର୍କ: ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ବଦଳୁଥିବା ଦାୟିତ୍ୱ, ଆହ୍ୱାନ ଓ ସମ୍ଭାବନା” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ  ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି,  ବିଭାଗର ଅତିରିକ୍ତ ଶାସନ  ସଚିବ ଶ୍ରୀ ଅଶୋକ କୁମାର ବେଉରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ଭାରତୀୟ ଜନସଂଚାର ସଂସ୍ଥାନ , ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ  ଉତ୍ସବ ତଥା ଆଲୋଚନାଚକ୍ରରେ ନିଜ ନିଜର  ମତ ରଖିଥିଲେ ।

ନିଜ ଅଭିଭାଷଣରେ  ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ଓଆଇଏସ୍  ଅଧିକାରୀମାନଙ୍କର ବୃତ୍ତିଗତ ବିକାଶ ଓ ସାମୂହିକ ଉନ୍ନତି କ୍ଷେତ୍ରରେ ଓଡ଼ିଶା ସୂଚନା ସେବା ସଂଘର  ଭୂମିକାକୁ ପ୍ରଶଂସା କରିଥିଲେ । ସୂଚନା ସେବା କ୍ଷେତ୍ରରେ ଲୋକମାନଙ୍କ ପାଇଁ  ଉଦ୍ଦିଷ୍ଟ ସେବାର ସଫଳ ପ୍ରଚାର ପ୍ରସାରକୁ ଅଧିକ ପ୍ରଭାବଶାଳୀ କରିବା, ଡିଜିଟାଲ ମିଡିଆର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି  ସୂଚନା ସେବା କ୍ୟାଡରର ସୁଦୃଢ଼ୀକରଣ ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ପରିପ୍ରେକ୍ଷୀରେ ସେ ଆଲୋଚନା             କରିଥିଲେ ।  

ମୁଖ୍ୟ ବକ୍ତା ପ୍ରଫେସର ଆନନ୍ଦ ପ୍ରଧାନ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରି ଡିଜିଟାଲ ଗଣମାଧ୍ୟମର କ୍ରମ ବର୍ଦ୍ଧିଷ୍ଣୁ  ଗୁରୁତ୍ୱ, ସମୟୋପଯୋଗୀ ଓ ବିଶ୍ୱସନୀୟ ସୂଚନା ପ୍ରସାର, ଗଣମାଧ୍ୟମ ସହ ପ୍ରଭାବଶାଳୀ ସମନ୍ୱୟ ଏବଂ ଜନକୈନ୍ଦ୍ରିକ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଡିଜିଟାଲ ଯୁଗରେ ଜନସମ୍ପର୍କ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଏବଂ ଲୋକସମ୍ପର୍କ ଅଧିକାରୀମାନଙ୍କର ବର୍ଦ୍ଧିତ ଦାୟିତ୍ୱ ସମ୍ପର୍କରେ  ବିସ୍ତୃତ ଆଲୋଚନା କରି ନୂତନ ପ୍ରଯୁକ୍ତିବିଦ୍ୟା ସହ ତାଳ ଦେଇ ଚାଲିବା, ଅପପ୍ରଚାର ଓ ଭ୍ରାନ୍ତ ସୂଚନାର ମୁକାବିଲା କରିବା, ବୃତ୍ତିଗତ ଦକ୍ଷତାର ନିରନ୍ତର ବିକାଶ ଏବଂ ନୂତନ ଯୋଗାଯୋଗ କୌଶଳ ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗ ଅଧିକ ସୁଦୃଢ଼ ହେବା ସହ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ପାଇପାରିବ ବୋଲି ସେ ମତ ଦେଇଥିଲେ । 

ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।  ଏଥିରେ  ଓଡ଼ିଶା ସୂଚନା ସେବା ସଂଘର  ସଭାପତି ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସାଧାରଣ ସମ୍ପାଦକ ଶ୍ରୀ ପଠାଣି ରାଉତ, ସଂଘର ବରିଷ୍ଠ ଉପଦେଷ୍ଟା ତଥା ବିଭାଗୀୟ ପ୍ରାକ୍ତନ  ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସଂଘର ଉପ ସଭାପତି ଶ୍ରୀ ବିଭୂତି ଭୂଷଣ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ କୁମାର ସାହୁଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।

ଉତ୍ସବରେ ବିଭାଗର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ  ଓଡ଼ିଶା ସୂଚନା ସେବା  ଅଧିକାରୀମାନଙ୍କୁ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସେମାନେ ନିଜ ନିଜର  ଦୀର୍ଘ କର୍ମମୟ ଜୀବନର ଅନୁଭୂତି ଓ  ଅଭିଜ୍ଞତା ପ୍ରକାଶ କରିବା ସହ କାର୍ଯ୍ୟରତ ଅଧିକାରୀମାନଙ୍କୁ ପ୍ରେରଣା ଓ ପରାମର୍ଶ ଦେଇଥିଲେ । ଏଥିସହ ଜନସେବା ପ୍ରତି ବୃତ୍ତିଗତ ନିଷ୍ଠା, ଦାୟିତ୍ୱବୋଧ ଓ ସମର୍ପଣର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ ।

ଉତ୍ସବ ପରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ କ୍ୟାଡର ସୁଦୃଢ଼ୀକରଣ,  ଅଧିକାରୀମାନଙ୍କର  ବୃତ୍ତିଗତ ବିକାଶ,  ପଦୋନ୍ନତି, ଦକ୍ଷତା ବିକାଶ ଏବଂ ଅଧିକାରୀମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ବିଭାଗ ସହ ନିରନ୍ତର ଆଲୋଚନା ଓ ଅନୁସରଣ କରିବାକୁ ଆଲୋଚନା କରାଯାଇଥିଲା । ଏହାଦ୍ୱାରା ଅଧିକାରୀମାନଙ୍କର ବୃତ୍ତିଗତ ଉତ୍କର୍ଷତା,  କ୍ୟାରିୟରରେ ଅଗ୍ରଗତି ଏବଂ ଜନସେବା ପ୍ରଦାନର ଗୁଣାତ୍ମକ ଉନ୍ନତି ସୁନିଶ୍ଚିତ କରାଯାଇପାରିବ ବୋଲି  ସଂଘର ସଦସ୍ୟ ସଦସ୍ୟା ତଥା କର୍ମକର୍ତ୍ତାମାନେ ଆଲୋକପାତ କରିଥିଲେ ।

ଏହା ପୂର୍ବରୁ, ଗତକାଲି ଅକ୍ଟୋବର ୯ ତାରିଖରେ  ସୂଚନା ଓ ଲୋକସମ୍ପର୍କ ବିଭାଗ  ପକ୍ଷରୁ ଓଡ଼ିଶା ସୂଚନା  ଅଧିକାରୀମାନଙ୍କ ନିମନ୍ତେ ଆୟୋଜିତ “ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା” ଶୀର୍ଷକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଓଆଇଏସଏର ସ୍ମରଣିକା “ଲୋକ ସମ୍ପର୍କ” ଉନ୍ମୋଚନ କରିଥିବାରୁ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ          ଶ୍ରୀ ମୋହନ ଚରଣ ମାଝୀଙ୍କୁ  କୃତଜ୍ଞତା  ଜ୍ଞାପନ କରାଯାଇଛି ।କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ମଧ୍ୟରେ ହାସ୍ୟ ରସାତ୍ମକ ଓ ବ୍ୟଙ୍ଗାତ୍ମକ କବିତା ଆବୃତ୍ତି ଏବଂ  ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

କରାଯାଇଥିଲା । ଏହା ଅଧିକାରୀମାନଙ୍କୁ ନିଜର ସାହିତ୍ୟିକ ଓ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା । ଏହି ପରିବେଷଣଗୁଡ଼ିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ସହ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଓଆଇଏସ୍  ଅଧିକାରୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ, ସହଯୋଗ ଓ ଭାଇଚାରାର ଭାବନାକୁ ଅଧିକ ମଜବୁତ କରିଛି ।

କାର୍ଯ୍ୟକ୍ରମରେ ଓଡ଼ିଶା ସୂଚନା ସେବା ବର୍ଗରେ  ରାଜ୍ୟ ସରକାରଙ୍କ ସୂଚନା ଲୋକ ସଂପର୍କ ବିଭାଗରେ  ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରୁଥିବା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ,  ଲୋକ ସଂପର୍କ ଅଧିକାରୀ ତଥା ସୂଚନା ଅଧିକାରୀ ଭାବେ କାର୍ଯ୍ୟକରୁଥିବା ଓଆଇଏସ୍  ଅଧିକାରୀମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026
  ଜିଲ୍ଲା  
ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   10-Oct-2026
  ଜିଲ୍ଲା  
ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ   10-Oct-2026
  ଜିଲ୍ଲା  
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   10-Oct-2026
  ଜିଲ୍ଲା  
ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   10-Oct-2026

You Might Also Like