-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ବଲାଙ୍ଗୀର(ପ୍ରେରଣା ଖବର) : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଗୋବିନ୍ଦଙ୍କୁ ଗତକାଲି ଗିରଫ ପରେ ପୁଲିସ ଆଜି ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରିଥିଲା। ଗୋବିନ୍ଦଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଗୋବିନ୍ଦଙ୍କୁ ୫ ଦିନିଆର ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ, ମମିତା ମେହେର ଗତ ୮ ତାରିଖ ଦିନ ନିଖୋଜ ହୋଇଥିଲେ। ଏହି ଘଟଣାରେ ପୁଲିସ ଗୋବିନ୍ଦଙ୍କୁ ଅକ୍ଟୋବର ୧୯ ତାରିଖରେ ଆଖୁ କିଆରିରୁ ଗିରଫ କରିଥିଲା। ପୁଲିସ ଗୋବିନ୍ଦଙ୍କୁ ନିଜ ଅଧିନକୁ ଆଣି ପଚରା ଉଚରା କରିଥିଲା। କିନ୍ତୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।