-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହେଉଛି ଏକ ଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାବେଳେ ଏହାକୁ ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ସେଥିପାଇଁ ଏହି ଅଞ୍ଚଳର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପୋଲିସ ଫୋର୍ସ ମୁତୟନ କରାଯାଇଛି।ବେଲେ ବେଲେ ଏଠାରେ ମାଓ ନାଁ ରେ ଧନୀକ ଶ୍ରେଣୀର ଲୋକ ଓ ଠିକାଦାର ମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଶୁଣିବାକୁ ମିଳେ। ସୂଚନାଯୋଗ୍ୟ ଯେ ଗତ ୧୦/୧୦/୨୧ ଦିନ ଏକ ଅଜଣା ନମ୍ବର ରେ ବାଞ୍ଜିପାଲି ଗାଁ ର ଇଲିୟାସ ନାମକ ଜଣେ ଠିକାଦାରଙ୍କୁ କେହି ଜଣେ ଫୋନ କରି ହରିଶଙ୍କର ମାଓ କୋଡ଼ ନାଁ ରେ ୫ ଲକ୍ଷ ଟଙ୍କା ମାଗିଥିଲେ। ତାପରେ ଇଲିୟଷ ଖପ୍ରାଖୋଲ ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତିକରି ଖପ୍ରାଖୋଲ ଥାନା ଅଧିକାରୀ କଲ୍ ଟ୍ରାକ୍କିଙ୍ଗ ପାଇଁ ପଠାଇ ଥିଲେ।ଟ୍ରାକିଙ୍ଗ ପରେ ଜାଣିପାରି ବାଞ୍ଜିପାଲି ଗାଁ ର ବିକାଶ ସାହୁ (୨୪) ଓ ଧଣ୍ଡାମୁଣ୍ଡା ଗାଁ ର ସୁମନ ଶେଖର ସାହୁ କୁ ଗିରଫ କରି କେଶ୍ ନମ୍ବର ୧୬୨/୨୧ ଧାରା ୪୧୯/୩୮୬/୫୦୬/୩୪ ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।