-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
କେନ୍ଦ୍ରପଡା (ମାନସୀ ମିଶ୍ର) : ଚୋରି କଲେ ପୁଣି ତାପରେ ବିଦ୍ୟାଳୟ ପରିସର ମନ୍ଦିର ପୋଖରୀରେ ବିଷାକ୍ତ ଔଷଧ ପକାଇ ବିକୃତ ମାନସିକତା ର ପରିଚୟ ଦେଲେ ଦୁର୍ବୁତ୍ତ. ଏଭଳି ଘଟଣା ଘଟିଛି ପାଟକୁରା ଗରଦପୁର ବ୍ଲକ ଧାନ ମଣ୍ଡଳ ପ୍ରାଥମିକ ବିଦ୍ୟାଳୟରେ. ବିଦ୍ୟାଳୟ ପରିସରରେ ଗତକାଲି ରାତିରେ କିଛି ଦୁର୍ବୁତ୍ତ ପ୍ରବେଶ କରି ପାଣି ମଟର, ଟିଉବଲ କୁ ତାଡି ନେଇଥିବା ବେଳେ ବିଦ୍ୟାଳୟ ର ରଷେଇ ଘର ତାଲା କୁ ମାଧ୍ୟ ଭାଙ୍ଗି ଦେଇଛନ୍ତି. ବିଦ୍ୟାଳୟ ଛୁଟି ଥିବାରୁ ଶିକ୍ଷୟିତ୍ରୀ ବାସନ୍ତି ଦାସ ଏ ଖବର ଆଜି ଅପରାହ୍ନ ରେ ପାଇବାରୁ ସାଙ୍ଗେ ସାଙ୍ଗେ କରୁଆ ସ୍ଥିତ କୁଦାନଗରୀ ଫାଣ୍ଡି ରେ ଲିଖିତ ଅଭିଯୋଗ ଜଣାଇଛନ୍ତି l ଫାଣ୍ଡି ଅଧିକାରୀ ଅଜୟ ସୁନ୍ଦରାୟ ଅଭିଯୋଗ କୁ ଗ୍ରହଣ କରି ତଦନ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି. ବିଗତ କିଛି ଦିନ ରେ ପାଟକୁରା ଅଞ୍ଚଳ ରେ ରାତ୍ରି ଚୋର ଙ୍କ ପାଦୁର୍ଭାବ ବଢ଼ୀ ଚାଲିଥିବା ଲୋକ ଅଭିଯୋଗ କରିଛନ୍ତି.ସେପଟେ ବିଦ୍ୟାଳୟ ପରିସର ପୋଖରୀରେ ବିଷାକ୍ତ ଔଷଧ ପକାଇ ମାଛଙ୍କୁ ମାରିବାକୁ ଚେଷ୍ଟା, ପରି ବିକୃତ ମାନସିକତା ଦେଖାଇଥିବା ଦୁର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି l