-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
କଳାହାଣ୍ଡି/ବଲାଙ୍ଗୀର (ପ୍ରେରଣା ଖବର) : କଳାହାଣ୍ଡି ଜିଲ୍ଲା ସନସାଇନ୍ କଲେଜ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗତ ରାତି ତମାମ ଘନ ଘନ ଜେରା କରିଛି ପୋଲିସ । ବଲାଙ୍ଗିର ଏସପି ଙ୍କ କାର୍ଯ୍ୟଲୟ ରେ ଘନ ଘନ ଜେରା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଘଟଣାରେ ବିଭିନ୍ନ ଦିଗକୁ ନେଇପଚରାଉଚୁରା କରାଯାଇଥିବା ସୂଚନା ମିଳିଛି । ଆଜି ଗିବିନ୍ଦଙ୍କୁ କୋର୍ଟଚାଲାଣ କରଯିବ । ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିବା ନେଇ ସୂଚନା ମିଳିଛି।
ସେପଟେ ସିନ୍ଧେକେଲା ଥାନା ରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜ ନାଇଟଓ୍ବାଚ୍ ମ୍ୟାନ ଗୁପ୍ତେ ତାଣ୍ଡି ଓ କଲେଜ ପ୍ରିନ୍ସପାଲ ରଂଜୀତ ସାହୁଙ୍କୁ ମଧ୍ୟ ବଲାଂଗୀର ଆଣି ପଚରାଉଚୁରା ଚଳାଇଛି ବଲାଙ୍ଗୀର ପୋଲିସ । ଆଜି ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରାହିଛି। ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର , ବଲାଙ୍ଗୀର ଏସପି ନୀତିନ କୁଶଲକରଙ୍କ ସହ ଵିଭିନ୍ନ ଅଧିକାରୀ ମିଳିତ ଜେରା କରିଛନ୍ତି । ରାତି ତମାମ ଜେରା ଜାରି ରହିଥିଲା। ଦୀର୍ଘ ୯ ଘଣ୍ଟା ଧରି ଜେରା କରାଯାଇଥିବା ବେଳେ ବିଭିନ୍ନ ତଥ୍ୟ ପୋଲସ ହାତରେ ଲାଗିଥିବା ସୂଚନା ମିଳିଛି ।