-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର-ବିନିକା-ଏସ ରାମପୁର ରାଜପଥ ଏବେ ଦିନକୁ ଦିନ ବ୍ୟସ୍ତବହୁଳ ରାସ୍ତାରେ ପରିଣତ ହେଲାଣି l ବିଭିନ୍ନ ପ୍ରକାରର ଯାନବାହାନ ଚଳାଚଳ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଅନାବନା ଗଛଲତା ରହିଥିବାରୁ ରାସ୍ତାଟି ସଙ୍କୁଚିତ ଦେଖା ଯାଉଛି l ଏପରିକି ଏହି ସଙ୍କୁଚିତ ରାସ୍ତାରେ ଗାଡ଼ିମଟର ସାଇଟ ଦେବାବେଳେ ଯାଆଆସ କରୁଥିବା ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ପୁଣି ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଛୋଟବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ସେହି ଗର୍ତ୍ତ ଗୁଡ଼ିକୁ ବିଭାଗୀୟ ତରଫରୁ ସାମାନ୍ୟ ଆଳକାତରା ଓ ଦଷ୍ଟ ଗୁଣ୍ଡ ଦେଇ ସମତୁଲ କରାଯାଉଥିବାରୁ କିଛି ଦିନ ପରେ ତାହା ଯଥା ପୂର୍ବମ୍ ତଥା ପରଂ ହୋଇ ଆହୁରି ବିପଦଗାମୀ ହେଉଛି l ରାସ୍ତା ପ୍ରଶସ୍ତି ଓ ନବୀକରଣ ପାଇଁ ପ୍ରାୟ ୩/୪ ଥର ସର୍ଭେ କରାଗଲାଣି l ହେଲେ ରାସ୍ତାର ନବୀକରଣ କାର୍ଯ୍ୟ ଆରମ୍ଭ ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ରାସ୍ତା ଦାବରିକରଣ ସୀମାକୁ ଲାଗି ଅନାବନା ଗଛଲତା ଭରି ରହିଥିବାରୁ ରାସ୍ତାର ଅନେକ ସ୍ଥାନ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି l ଫଳରେ ଯାଆଆସ କରୁଥିବା ଯାନବାହାନର ଚାଳକ ମାନେ ରାସ୍ତା ତଳକୁ ଗାଡ଼ି ଚକ ଓହ୍ଲାଉ ନଥିବା ଏବଂ ଟର୍ଣିଂ ସ୍ଥାନ ମାନଙ୍କରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ନଜିର ରହିଛି l ଜଙ୍ଗଲର ଭ୍ରମ ସୃଷ୍ଟି କରି ସଙ୍କୁଚିତ ହୋଇପଡ଼ିଥିବା ବିନିକା ମୁଖ୍ୟରାସ୍ତାର ନବୀକରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି l